STORYMIRROR

Chittaranjan Nanda

Others

4  

Chittaranjan Nanda

Others

ମଣିଷ, ପାଗଳ ଏକ ପ୍ରକାରର

ମଣିଷ, ପାଗଳ ଏକ ପ୍ରକାରର

1 min
167


ଦୁନିଆରେ ମଣିଷ

ପାଗଳ ଏକ ପ୍ରକାରର

କିଏ ହୁଏ ଆତ୍ମହରା ପୂଜା ଅର୍ଘ୍ୟ ବନ୍ଦନାରେ 

ଯାଏ ହଜି ଭକ୍ତିର ସୁରରେ

ଶାନ୍ତିର ଅନ୍ବେଷଣ ରେ

ଖୋଜୁ ଖୋଜୁ ଇଶ୍ୱରଂକ ସତ୍ତା

ସାରା ଜୀବନଟା ସ୍ୱଳ୍ପ ହୋଇ ଯାଏରେ ।


ଦୁନିଆରେ ମଣିଷ

ପାଗଳ ଏକ ପ୍ରକାରର

ରାଜନୀତି ପଶାପାଲି ଭିତରେ 

ଜଳୁ ସମାଜ ଜାତି ସମ୍ପ୍ରଦାୟ ବିଭେଦ ସୃଷ୍ଟିରେ

ଖେଳନ୍ତୁ ଜନତା ରକ୍ତର ହୋଲିରେ

ମୋର ଶାସନ ଗାଦି ଥାଉ ସୁରକ୍ଷିତ 

ଜଳିଛି ତ ଜଳୁ, ଦେଶ ଯାଉ ରସାତଳକୁ

ସେଥିରେ ତାର ନାହିଁ ନଜର, କ୍ଷମତା ନିଶାରେ ।


ଦୁନିଆରେ ମଣିଷ

ପାଗଳ ଏକ ପ୍ରକାରର

ଧାଏଁ କାମିନୀ କାଞ୍ଚନ ଲୋଭରେ

ଧନ ଯୌବନ ପାଇବା ନିଶାରେ


ଦୁନିଆରେ ମଣିଷ

ପାଗଳ ଏକ ପ୍ରକାରର

ଗ୍ରନ୍ଥକୀଟ, ମନ ଖାଲି ବହି ପୃଷ୍ଠାର ଭିତରେ 

ବିମୁଖ କଣ ଘଟୁଛି ଚତୁଃପାର୍ଶ୍ଵରେ 

ନାହିଁ ଅନୁଭବ କଅଣ ଚାଲିଛି ସଞ୍ଜ ସକାଳରେ ।


ଦୁନିଆରେ ମଣିଷ

ପାଗଳ ଏକ ପ୍ରକାରର

ସମାଜର ଗରିବ ବାପୁଡା କ୍ଷୁଦାର ଯନ୍ତ୍ରଣାରେ

ଆଖିର ଲୁହ ନ ପାରେ ସହି!

ଚିନ୍ତା କରୁଥାଏ ତାର ସମାଧାନ ବାହାର କରିବାରେ ।


ଦୁନିଆରେ ମଣିଷ

ପାଗଳ ଏକ ପ୍ରକାରର

ଖୋଜୁଥାଏ ନିଜକୁ ଧାଏଁ ଚିହ୍ନିବାକୁ ନିଜକୁ, 

ସେ କିଏ, କାହିଁକି ଆସିଛି ଦୁନିଆକୁ

ଖୋଜୁ ଖୋଜୁ ସାରା ଜୀବନଟା ସରି ଯାଏରେ ।


ଦୁନିଆରେ ମଣିଷ

ପାଗଳ ଏକ ପ୍ରକାରର

ମନରେ ପ୍ରଶ୍ନ ଉଙ୍କି ମାରେ...

ଜାଣିବାକୁ ସୃଷ୍ଟି କଅଣ, କିଏ ସ୍ରଷ୍ଟା,

ଖୋଜୁ ଖୋଜୁ ସାରା ଜୀବନଟା ସରି ଯାଏରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍