STORYMIRROR

Baman Chandra Dixit

Others

3  

Baman Chandra Dixit

Others

ମନମୋହନ

ମନମୋହନ

1 min
392



ବାମନ ଚନ୍ଦ୍ର ଦୀକ୍ଷିତ।


ମଦନ ମୋହନ କୃଷ୍ଣ କଂସାରି,

ମୋହେ ମନ ତୋର ରୂପ ମାଧୁରୀ।।


ମତୁଆଲା ତୋର ଚୋରା ଚାହାଣି,

ମହୁଆ ମାଦକ ଜଗାଏ ଜାଣି।।


ମହ ମହ ବାସ ଚୁଆ ଚନ୍ଦନ,

ମୋହନ ମୂରତି କି ଶୋଭାବନ।।


ମେଞ୍ଚା ମେଞ୍ଚା ଘଞ୍ଚ କୁଞ୍ଚ କୁନ୍ତଳ,

ମଣ୍ଡିତ ମସ୍ତକ ତଳ କପାଳ।।


ମୋହନ ବେଣୁ ମଧୁର ମୂର୍ଚ୍ଛନା,

ମରେ ରାଈ ଝୁରେ ଗୋପ ଲଳନା।।


ମନ୍ଦ ମନ୍ଦ ହାସ୍ୟ ଚାରୁ ଭାଙ୍ଗିମା,

ମ6ଜ୍ଜ ମନ ହଜେ ଚିତ୍ତୁ ଚେତନା।।


ମରମ ତଳୁ ସରମ ହଜେଇ,

ମରେ ଝୁରି ରାଈ କଲା କହ୍ନେଇଁ।।


ମାଗେନା ମୁକୁତା ମଣୀ କାଞ୍ଚନ,

ମାଗୁଛି ମାତର କରୁଣା ଧନ।।


ମୁକତି ଦାତା ମୋ କଳା ଠାକୁର,

ମିନତି ଘେନ ହେ ରଙ୍ଗ ଅଧର।।


ମୁଁ ବାରି ଧାର ତୁ ମହା ବାରିଧି,

ମିଶେଇ ନେ ଅଙ୍କେ କରୁଣା ନିଧି।।


ମାଗୁଣି ଏତିକି କଳା ଠାକୁର,

ମଶାଣି ହେଉ ମୋ ଶରଗ ଦ୍ୱାର।।

************************


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍