STORYMIRROR

Bunee Tripathy

Others

4  

Bunee Tripathy

Others

ମନକି ବୁଝିବ

ମନକି ବୁଝିବ

1 min
282

ଅନେକ ଦିନରୁ ଜମାଟ ବାନ୍ଧିଛି

   ବରଫ ପାହାଡ ଭଳି

ଉଷ୍ଣ ନିଶ୍ବାସରେ କେତେବେଳେ ସିଏ

   ଯାଏ ତ ସିଏ ତରଳି।


ସୁଖଦୁଃଖ ଭରା ଏହି ଦୁନିଆରେ

   ବଞ୍ଚିବାକୁ ହେବ ଭାଇ

ମନତଳେ ଥିବା ଅବ୍ୟକ୍ତ କୋହକୁ

   ଲୁଚାଇ ରଖତ ତୁହି।


ରାଗଅଭିମାନ ସାଇତିଛୁ ପରା

  ଅଙ୍ଗକୁ ଅଭେଦ୍ୟ କରି

ହୃଦୟର କୋହ ଚାପିରଖି ତୁହି

   ହସକୁ ଦିଅ ବିତରି।


ମଣିଷ ସ୍ବାଭାବ ବଦଳିବା କଷ୍ଟ

  ତଥାପି ବଞ୍ଚିବା ଶିଖ

ଆପଣାର ଯିଏ ଲାଗୁଥାଏ ବେଶୀ

  ସିଏହିଁ ଦିଅଇ ଦୁଃଖ।


ଅଭିମାନ କରି ମୁହଁ ଫୁଲେଇ ତ

   ବସିବାକୁ ଭାରି ଇଚ୍ଛା

ସେହିଲୋକ ପାଶେ କର ଅଭିମାନ

  ଗୁମାନ ଭାଙ୍ଗେ ସଦିଚ୍ଛା।


ନିଜେ ପାଏ କଷ୍ଟ ଅଭିମାନ କରି

  ପାରେନାହିଁ ପରା ରହି

ଜିଇଁବା ମରିବା ନିୟତିର ଖେଳ

  କେତେବେଳେ ହେବ କହି।


ଅଭିମାନ ବୋଲି କିଛି ଅଛି ଯଦି

  ବେଳେବେଳେ ରାଗି ଯାଏ

ମନକୁ ବୁଝାଇ ସହିଯାଏ ସବୁ

  ରାଗରୁଷା ଭୁଲିଯାଏ।


ନିଜର ବୋଲିତ ମଙ୍ଗଳ ସୁମରେ

  ତାଙ୍କ ଖୁସି ମୋର ପାଇଁ

ଦେଲେ ତାଙ୍କୁ ଶାପ ମନକି ବୁଝିବ

  ଅଭିମାନ କଣପାଇଁ।


ଅଭିମାନ କେବେ ଗଢେନା ସଂସାର

  ଭାଙ୍ଗି ଯାଏ ପରା ଘର

ଝିମିଟି ଖେଳରୁ ମହାଭାରତର

  ସୃଷ୍ଟି ହୁଏ ନିରନ୍ତର।


ଆପଣାର ଭାବି କରିଦିଅ କ୍ଷମା

  ତେବେ ହୋଇବ ମହାନ

ଯିବାକୁ ହେବତ ସେପୁରକୁ ଦିନେ

   ଭୁଲିଯିବା ଅଭିମାନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍