STORYMIRROR

Anam Charan Sahoo

Others

3  

Anam Charan Sahoo

Others

ମଙ୍ଗଳମୟୀ ମା

ମଙ୍ଗଳମୟୀ ମା

1 min
267

ମଙ୍ଗଳମୟୀ ମା ହୁଅ ବାରେ ସାହା କାଳ ଘୋଟିଅଛି ମହୀମଣ୍ଡଳେ

କରୋନା ନାମରେ ଭୂତାଣୁ ରାକ୍ଷସ ଜୀବନ ନେଉଛି କପଟ ଛଳେ।୦।

ତୋ ଛାମୁରେ ହୁଏ ଝାମୁଯାତ ମାଆ ଶୋଭା ଅପରୂପା ଭକତ ମେଳେ

ଘଟପାଟୁଆଙ୍କ ଗହଳିଚହଳି ଦେଖଣାହାରୀଙ୍କ ଆନନ୍ଦ ଖେଳେ।୧।

ଚଇତ୍ର ମାସର ଶେଷ ପାଳି ସାର ମଙ୍ଗଳବାର ସେ ଉଷା ହୋଇଲେ

ସାରା ରାଇଜରୁ ଭକତ ଆସନ୍ତି ମନ ଧ୍ୟାନ ଦେଇ ପଦ ଯୁଗଳେ।୨।

ଏ ବରଷ ମାଆ ଘଟିଗଲା ଯାହା ସଭିଙ୍କ ହୃଦୟେ ବିଷାଦ ଖେଳେ

ଦୟାମୟୀ ଦୟାକର ଦୀନ ଜନେ କରୁଛୁ ଦୟିନୀ ତୋ ପାଦ ତଳେ।୩।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍