ମଙ୍ଗଳମୟୀ ମା
ମଙ୍ଗଳମୟୀ ମା
1 min
262
ମଙ୍ଗଳମୟୀ ମା ହୁଅ ବାରେ ସାହା କାଳ ଘୋଟିଅଛି ମହୀମଣ୍ଡଳେ
କରୋନା ନାମରେ ଭୂତାଣୁ ରାକ୍ଷସ ଜୀବନ ନେଉଛି କପଟ ଛଳେ।୦।
ତୋ ଛାମୁରେ ହୁଏ ଝାମୁଯାତ ମାଆ ଶୋଭା ଅପରୂପା ଭକତ ମେଳେ
ଘଟପାଟୁଆଙ୍କ ଗହଳିଚହଳି ଦେଖଣାହାରୀଙ୍କ ଆନନ୍ଦ ଖେଳେ।୧।
ଚଇତ୍ର ମାସର ଶେଷ ପାଳି ସାର ମଙ୍ଗଳବାର ସେ ଉଷା ହୋଇଲେ
ସାରା ରାଇଜରୁ ଭକତ ଆସନ୍ତି ମନ ଧ୍ୟାନ ଦେଇ ପଦ ଯୁଗଳେ।୨।
ଏ ବରଷ ମାଆ ଘଟିଗଲା ଯାହା ସଭିଙ୍କ ହୃଦୟେ ବିଷାଦ ଖେଳେ
ଦୟାମୟୀ ଦୟାକର ଦୀନ ଜନେ କରୁଛୁ ଦୟିନୀ ତୋ ପାଦ ତଳେ।୩।
