STORYMIRROR

sudhakar sethi

Others

3  

sudhakar sethi

Others

ମନେପଡେ ପିଲାଦିନ

ମନେପଡେ ପିଲାଦିନ

1 min
265

ମୋ ପିଲାଦିନ 

ନିଇତି ଅଝଟ ହେଉଛି

ସକାଳେ ସଞ୍ଜେ ଆସି 

ବାଟ ମୋ ଓଗାଳି ସେ ଯାଉଛି । 


ଏକାନ୍ତରେ ଖୋଜେ ମୁଁ ନିଇତି

ପିଲାଦିର ସେ ସ୍ମୃତିକି

କେମିତି ସେ ମତେ ପରକରିଗଲା

ଝୁରୁଛି ତାର ଛବିକି।।୨।।


କେତେ ଭଲ ଥିଲା ପିଲାଦିନ ମୋର

 କୁଆଡେ ଗଲା ସେ ହଜି

ଖୋଜୁଛି ନିଇତି ଗିରି ଉପବନେ

ତାର କଥା ଭଜିଭଜି ।


ସଭିଙ୍କ ସ୍ନେହ ସଭିଙ୍କ ଆଶିଷ

ମିଳୁଥିଲା ସବୁ ମତେ

ସେ ଆତ୍ମୀୟପଣ ଭଲପାଇବାର

ମୂଲ ଦେଇପାରିବକି ସତେ।


ଚୋରାଇ ନେଲା ପିଲାଦିନ ମୋର

ଆଖି ପିଛୁଳାକେ କିଏ

ଯେତେ ଖୋଜିଲେବି ଯେତେ ପଚାରିଲେ

ଉତ୍ତର କେହି ନ ଦିଏ ।


ଜେଜେମାଆକୁ ଖୋଜିଲେ ଆଉ ମିଳୁନାହିଁ

ଚାଲିଗଲା ସେପାରିକି

ଅଫେରନ୍ତା ଦୁନିଆରେ ଜାଗା କିଣିବାକୁ

ଉଛର ହେଲା କାହିଁକି ।।୨।।


କର୍ମଜଞ୍ଜାଳରେ ପେଶି ମୁଁ ହେଉଛି

କହୁନାହିଁ କେହି ଆହା

ଝୁଣ୍ଟି ପଡିଲେ ଅଘଟଣ ଘଟିଲେ

ସମସ୍ତେଙ୍କର ଥିଲା ସାହା।୨।।


ଏ କୋଳରୁ ସେ କୋଳ ଚାଲୁଥିଲି ବାଟ

ମାଟିରେ ନଥିଲା ପାଦ

ପିଲାଦିନ ସତେ କେଡେ ମନଲୋଭା

ବୁଝି ମୁଁ ପାରୁଛି ଆଜ।।୨।।


ସାଙ୍ଗ ସାଥି ସବୁ ଦୁର ହୋଇଗଲେ

ଅଧାରହିଲା ସେ ଧୂଳିଖେଳ

ଯେତେ ଚେଷ୍ଟାକଲେ ପୂରା ହେଉନାହିଁ

ଝୁରୁଥିବି କାଳ କାଳ।।୨।।


କଣ୍ଟେଇ କୋଳି ବାଡି ଅଶାଢୁଆ

କରିଛି ଆଜି ସାତପର

ନୀର, ଟୁନା, ଚିନା ,ଗଗନ ପାଇଁ

 କାନ୍ଦୁଛି ଆଜି ଅନ୍ତର।।୨।।


ସାଙ୍ଗ ନଥିଲେ ଥିଲେ ସେ ଜୀବନ

ଏକ ମନ ଏକ ପ୍ରାଣ 

ପରବାସେ ସବୁ ମନେ ପଡେ ଆଜ 

 ପିଲାଦିନର ସ୍ମୃତି ଅମଳିନ।।୨।।



Rate this content
Log in