STORYMIRROR

ARUN MAHAPATRA

Others

4  

ARUN MAHAPATRA

Others

ମନେ ପଡେ

ମନେ ପଡେ

1 min
209

ନାହିଁ ସେହି ରୁଦ୍ରର ପ୍ରତାପ

ନାହିଁ କାହିଁ

ଓଲଟା ଛତାକୁ ସିଧା କରିବାର ପ୍ରୟାସ

ଧାଇଁ ଧାଇଁ ବସର ଝରକାରେ

ହାତ ଭରି ସିଟ୍ ରଖିବାର ପ୍ରଚେଷ୍ଟା।


କଲମ ଚାଲୁଛି ଏବେ

ଶୀତ ତାପ ନିୟନ୍ତ୍ରିତ କକ୍ଷେ

ଯିବା ଆସିବାର ନୂତନ କୌଶଳ

ଭୁଲି ଯାଇ ପୂର୍ବର ପ୍ରସଙ୍ଗ

ସାଉଁଟି ବସିଛୁ

ଆଧୁନିକତାର ବିକଳ ଚେହେରା।


କିଛି ନଥାଇ ବି ସବୁ ଥିଲା

ହସ ଥିଲା ସଭିଙ୍କ ମୁହଁରେ

ନଥିବାର ନଗ୍ନ ଚେହେରାଟା

ଛୁପିଥିଲା

ହୃଦୟର ଆବରଣ ମଧ୍ୟେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍