ମନେ ପଡେ କଲେଜ ବେଳ
ମନେ ପଡେ କଲେଜ ବେଳ
କେମିତି କହିବି କରୋନାଟା ଆଜି
ଜୀବନକୁ କଲା ଗ୍ରାସ
ଘରେ ବନ୍ଦୀ କରି ସନ୍ତୁଳି ସନ୍ତୁଳି
ବଦନେ ଭରିଲା ତ୍ରାସ ।
କେତେ ଆନନ୍ଦରେ ନିତ୍ୟ କର୍ମ ସରେ
କଲେଜର ଅଭିମୁଖେ
ଲିଭି ଗଲା ସବୁ ଚିତ୍ର ପଟ ତାର
ବନ୍ଦିନୀ ପଡେ ସେ ଦୁଃଖେ ।
କାଳିମା କରୋନା ସଂକ୍ରମଣ କରି
ସବୁ ପଥ କରେ ରୁଦ୍ଧ
ବିଦ୍ୟାର୍ଥୀ ଜୀବନ ଘରେ ପଡି ପଡି
ଅନ୍ଧକାରେ ହୁଏ ଦଗ୍ଧ ।
କଲେଜ ପଢାରେ ପାଣ୍ଡିତ୍ୟ ଅର୍ଜନେ
ସର୍ବେ ହୋନ୍ତି କର୍ମ ବୀର
କିଏ ଡାକତର ଇଂଜିନିୟରିଂ ରେ
ବିଶ୍ଵ ଦରବାରେ ସାର ।
ପ୍ରତି ମୁହୂର୍ତ୍ତରେ ପ୍ରାଣର ସୁରକ୍ଷା
ଚିନ୍ତାରେ ବିତଇ ଦିନ
ଅସାର ପାଲଟେ ସ୍ମୃତିର ସିଲଟେ
କଲେଜ ବେଳର ଚିହ୍ନ ।
ଅନଲାଇନ୍ ର ସହଯୋଗ ବଳେ
ଲାପଟପ୍ ସାଜିଛି ସାଥୀ
କେତେ ଦିନ ଆଉ ଏପରି ମାରିବ
କଠୋର ହୃଦୟେ ମନ୍ଥି ।