STORYMIRROR

Papu parida

Children Stories Children

3  

Papu parida

Children Stories Children

ମନେ ଅଛି ସେ ଟ୍ୟୁସନ ସମୟର କଥା

ମନେ ଅଛି ସେ ଟ୍ୟୁସନ ସମୟର କଥା

2 mins
385

ଏହି ଲେଖାଟି ଟ୍ୟୁସନ ସମୟର କିଛି ବ୍ୟକ୍ତିଗତ ସ୍ମୃତିକୁ ମନେ ପକାଇ ଲେଖିଛି। ଏଥି ମଧ୍ୟରୁ କିଛି ସାମଞ୍ଜସ୍ୟ ସମସ୍ତଙ୍କ ଜୀବନରେ ଥାଇପାରେ।ଏହି କବିତାରେ କେବଳ ଭାବନାକୁ ଦେଖିବେ। ଆପଣଙ୍କ ଅନୁଭୂତି ମତାମତ ମାଧ୍ୟମରେ ଲେଖିବାକୁ ଅନୁରୋଧ। ଆପଣ ଚାହିଁଲେ ଆପଣଙ୍କ ଟ୍ୟୁସନ ସାଙ୍ଗମାନଙ୍କ ସହ ଏହାକୁ share କରିପାରିବେ ଓ ତାଙ୍କ ମତାମତ ମଧ୍ୟ ନିଜ statusରେ ରଖିଲେ ମତେ ଅତ୍ୟନ୍ତ ଖୁସି ଲାଗିବ।


ମନେ ଅଛି ସେ ଟ୍ୟୁସନ ସମୟର କଥା..........

ସ୍କୁଲରୁ ଫେରି ଫଟାଫଟ ସାର୍ଟପ୍ୟାଣ୍ଟ ବଦଳାଇ ବ୍ୟାଗ ଧରି ରେଡି ହେବାର।

ନଈ ପାଣି ନଈକି ଯାଆ ମୋ କଳା ପଟା ଶୁଖିଯା ଗାଇବାର।

କୁନିକୁନି ପାଟିରେ ଘିଅ ଖଡ଼ି ଖାଇବାର।

ସାଙ୍ଗ ପିଣ୍ଡାରେ ବସି ହସ୍ତଲିପି ଲେଖିବାର।

ସଭିଏଁ ଏକା ସାଙ୍ଗରେ ପ୍ରଭୁଗଣ ପତି ବୋଲିବାର।

ଟ୍ୟୁସନକୁ ଲେଟରେ ଯାଇ ବାହାନା କରିବାର।


ବାହାନା

ବାହାନା ବି ବଡ ଅଜବ ଅଜବ ପ୍ରକାରର।

କେବେ ସାଇକେଲ ପଙ୍କଚରର।

ତ କେବେ ରୁଟିଖିଆ ଜ୍ଵରର।

କେବେ ମୁଣ୍ଡବିନ୍ଧା

ତ କେବେ ପେଟକଟା 

ଘର କାମ ପାଇଁ କେତେ ହଟହଟା।


ମନେ ଅଛି ସେ ଟ୍ୟୁସନ ସମୟର କଥା..........

କ୍ଳାସ ମଝିରେ ଲଘୁଶଙ୍କା ଯିବାର।

ପଛରେ ବସିକି ଗୁଣୁଗୁଣୁ ହେବାର।

ଧୀରେ ସେ ଆଣବିକ ବୋମା ବିସ୍ଫୋରଣ।

ମଲ୍ଲି ଫୁଲ ବାସେନା ମୋ ଆଡେ ଆସେନା ଉଚ୍ଚାରଣ।

ପେନ କିଣିବା ବାହାନାରେ ଘରେ ଟଙ୍କା ମାଗିବାର।

ଟିକେ ଟିକେ କଥାରେ ରାଗିବାର।

ଘଣ୍ଟାଖିଆ ମାଡ଼ଗୋଳ ଲାଗିବାର।

କାହା ସାଙ୍ଗେ ବି କାହା ସାଙ୍ଗେ ସି ବସିବାର।


ଡିବିରି ଲଣ୍ଠନ କଳାର କାଳୀରେ ନାକ କାନ ସବୁ କଳା ହେବାର।

ଶୀତ ଦିନେ ବାହାର ଗ୍ରହର ପ୍ରାଣୀ ପରି ସାଲ ଘୋଡେଇ ହେବାର।

ବର୍ଷାରେ ତିନ୍ତି ତିନ୍ତି ଟ୍ୟୁସନ ଯିବାର

ଫେରିଲା ବେଳକୁ କାଦୁଅ ଫିଙ୍ଗା ଫିଙ୍ଗି ହେବାର।


ଝିଅଙ୍କ ଆଗରେ ହିରୋ ହେବା ପାଇଁ ।

କେତେ ଯେ ଢଙ୍ଗରେ ଚୁଟିକୁ ଦେଉଥିଲେ ସଜେଇ।

ବାଟରେ ରହି କୋଳି ତୋଳିବାର

ସମୟ ଆଗରୁ ଯାଇ ରାସ୍ତାରେ ଖେଳିବାର।

ପୂଜାରେ ରାତି ରାତି ଚେତା ରହି

ଟ୍ୟୁସନକୁ କିପରି ଦେଉଥିଲେ ସଜେଇ।


ମନେ ଅଛି ସେ ଟ୍ୟୁସନ ସମୟର କଥା..........

କଥା ଯଦି ଟ୍ୟୁସନର

ଭୁଲିବି କିପରି ଟ୍ୟୁସନ ସାରଙ୍କୁ।

କେତେ ମିଛ କଥା ଆମେ କହୁଥିଲୁ ତାଙ୍କୁ।

ସବୁ ଜାଣି ମଧ୍ୟ ଅଜଣା ପରି ରହୁଥିଲେ।

କେତେ ମଜା ମଜା କଥା ସେ କହୁଥିଲେ।

ନିଜ ପାଠ ପଢାକୁ ପଛରେ ପକାଇ

ଘଣ୍ଟା ଘଣ୍ଟା ଧରି ଆମକୁ ସହୁଥିଲେ।


ଟ୍ୟୁସନରେ ଶିଖି ସ୍କୁଲରେ ହିରୋ।

ଗଣିତ ବିଜ୍ଞାନରେ ବି ରହୁନଥିଲା ଡର।

ଟଙ୍କା ଯୋଗୁଁ ପିକନିକ ନ ଯାଇ ପାରିଲେ

ଲୁଚେଇ ହାତରେ ପଇସା ଧରେଇବାର।

ସ୍କୁଲରେ ଯାହା ବି ଅବୁଝା ରୁହଇ

ପାଖରେ ବସେଇ

ହାତଧରି କରେଇବାର।

ବେଳେବେଳେ ବାଡ଼ାନ୍ତି ଡରାନ୍ତି ଗାଳି ବି ଦିଅନ୍ତି

ସବୁବେଳେ କିନ୍ତୁ ସାଥିରେ ଥାଆନ୍ତି।

ଆତ୍ମବିଶ୍ୱାସଭରା ପ୍ରତିଟି କଥା ଯେ ତାଙ୍କର

ପିତା ମାତା ପରେ ସେ ହିଁ ତୃତୀୟ ଈଶ୍ୱର।


ମନେ ଅଛି ସେ ଟ୍ୟୁସନ ସମୟର କଥା..........

ସେ ଶେଷ ଦିନ ଟ୍ୟୁସନର

ଆଖିରୁ ଝରି ପଡୁଥିଲା ଲୁହ ସଭିଙ୍କର।

ସବୁଠୁ ବଡ ମିଛ ପ୍ରତିଶ୍ରୁତି 

କେବେ ଭୁଲିବୁନି

ସବୁବେଳେ ଆସିବୁ ବସିବୁ ହସିବୁ କଥାହେବୁ

କିନ୍ତୁ କିଏ ଜାଣିଥିଲା ଏ ଜୀବନର ଅଦୃଶ୍ୟରେ ବନ୍ଦନରେ ବାନ୍ଧିହୋଇ

ଆମେ ସବୁ ଭୁଲିଯିବୁ।

ଆମେ ସବୁ ଭୁଲିଯିବୁ।

ଆମେ ସବୁ ଭୁଲିଯିବୁ........



Rate this content
Log in