STORYMIRROR

Bikhyat Bihari Mishra

Others

3  

Bikhyat Bihari Mishra

Others

ମନ୍ଦରେ ଭଲ

ମନ୍ଦରେ ଭଲ

1 min
13.5K


ପ୍ରଜାପତି ଟିଏ ମନ କିଣେ ସିନା

ସଁବାଳୁଆ ପାଏ ଘୃଣା

ସେଇ ସଁ ବାଳୁଆ ପ୍ରଜାପତି ହୁଏ

ଏକଥା ସଭିଙ୍କୁ ଜଣା ।।

ଆପଣା ଦୃଷ୍ଟିରେ ଭଲ ମନ୍ଦ ସିନା

ମଣିଷ ବିଚାରିଥାଏ

ମନ୍ଦରୁ ହିଁ ଭଲ କେବଳ ସମ୍ଭବ

ଏକଥାଟି ଭୁଲିଯାଏ ।।

କୋଇଲା ଆଖିକୁ ଭଲ ଦିଶେ ନାହିଁ

ହୀରା ଦିଶେ ଝଲମଲ

ସେଇ ହୀରା କିନ୍ତୁ କୋଇଲାରୁ ସୃଷ୍ଟି

କିଆଁ ପାଅ ନାହିଁ ଭଲ ??

ନିଜ ଅନ୍ତଦୃଷ୍ଟି ବଦଳାଇ ଦେଲେ

ସବୁ ତ ଦିଶଇ ଭଲ

ନକାରାତ୍ମକର ଭାବନା ଆସେନି

ନ ବୁଝିଲେ ଭଲ ଭେଲ।।

*******************

ବିଖ୍ୟାତ ବିହାରୀ,ଅନଗୁଳ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍