ମନ ପାରା ରେ
ମନ ପାରା ରେ
ମନ ପାରା ରେ-----
ଉଡ଼ି ଉଡ଼ି ଯାଆ ତୁ ଉତ୍କଳ
ଦେଖି ତୁ ଆସିବୁ ଅତୀତ ଗୌରବ
କେତେ ଯେ ଅଛି ମହକ।
ବାନା ଯେ ଉଡୁଛି କଳା ସଂସ୍କୃତିର
ଭିତି ପ୍ରୀତି ରେ ତ ନାହିଁ ଅଭାବ,
ସବୁଜିମା ଆମ ଶୋଭା ପ୍ରକୃତିର
ମିଳିବ କି ତୋତେ ଠାବ।
ଭାଷା ସାହିତ୍ୟରେ ପ୍ରସାର ଚାଲିଛି
ତୋ କାନ କେତେ ଶୁଣିବ,
ମାଗିଲା ତୁଣ ନିଅଣ୍ଟିଆ ହେବ
ତୋର କି ପେଟ ପୁରିବ।
ଥିଲେ କେତେ ବୀର ଆମ ଉତ୍କଳର
ପ୍ରତିଛବିକୁ ତାଙ୍କ ଦେଖି ଆସିବ,
ରଙ୍ଗ ଛାଡ଼ିଲାଣି ଚିହ୍ନିକି ପାରିବ
କିମ୍ବଦନ୍ତୀ ସାଜିଅଛି ଧାରାର।
ଶତ ଶତ ଲେଖା ଅଗଣିତ କବି
ରାଇଜେ ନାହିଁ ଅଭାବ,
ପ୍ରସାର ପ୍ରଶଂସା ଟଣା ଓଟରାରେ
ସମାଜ କିପରି ଜାଗି ଉଠିବ।
କଳି କରିବୁନି ଧୀରେ ଧୀରେ ଯିବୁ
ରାମ ନାମ ସଦା ତୁଣ୍ଡରେ ଥିବ,
ତଣ୍ଟି ଶୁଖି ଗଲେ କିକରିବୁ ତୁହି
ଜଳର ସେ ଠାବରେ ବହୁ ଅଭାବ।
ଧରା ଦେବୁ ନାହିଁ କରି ତୁ ବିଶ୍ୱାସ
ମନେ ବିଚାରିବୁ ଭଲ ଓ ମନ୍ଦ,
ହିଂସା ସ୍ୱାର୍ଥ ଲୋଭ କରେ କି ତାଣ୍ଡବ
ଦେଖି ଆସି ଟିକେ ମୋତେ କହିବ।
କରୋନା ରାକ୍ଷସ ସଂହାର କରୁଛି
ମାକ୍ସ ପିନ୍ଧି ଘରୁ ଗୋଡ଼ କାଢିବ,
ଗହଳିରେ ତୁହି ଆଦୌ ରହିବୁନି
ଚିହ୍ନିବ ନାହିଁରେ ଧନୀ ଗରିବ।
ନୈତିକତା ଗୁଣ ହୃଦୟେ ଧରି
ଭକତି ଭାବରେ କାର୍ଯ୍ୟ କରିବ,
ଧର୍ଯ୍ୟ ସାହସ ସଂଯମ ବଳରେ
ଉତ୍କଳର ଗାଥା ପ୍ରଚାର କରିବ।
