Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subal Routray

Others

2  

Subal Routray

Others

ମନ ମରାଳ

ମନ ମରାଳ

1 min
6.8K



ଅକ୍ଷରରେ ଅକ୍ଷର ଛଂଦି ଦେଲେ ଲେଖାଟିଏ ହେଇ ଯାଏ ,

କିଏ ବୁଝେ କିଏ ବୁଝେନା ଅକ୍ଷର ମାନେ କହୁ ଥିବା କଥା ସବୁ ,

କଣ ଦରକାର ଅକ୍ଷର ଝର୍କା ଦେଇ ତାକ୍ ଝାକ୍ କରିବା କାହାର ମନର ମହଲକୁ !

ତେବେ କାହିଁକି ଏ ଅକ୍ଷରର ଅବୁଝା ଝର୍କା

କିଛି ଫର୍ଚା କିଛି ଅସ୍ପଷ୍ଟ ଶବ୍ଦର ସଂସାର !

କାହିଁକି ଖଲବଲ ହୁଏ ମନର ମରାଳ

ଫଡ ଫଡ ଡେଣା ଝାଡି ଖଂଡି ଉଡା ଦେବାକୁ !

କାହିଁକି ସରସୀର ନୀଳ ଜଳ ଆଉ ନୀଳ କମଳ ର ସଂଗ ଛାଡି ନୀଳ ଆକାଶକୁ

ଆପଣେଇ ବାକୁ ଚାହେଁ ନିର୍ମଳ ମରାଳ !

ଏଇ କଣ ତାର ଆଶା ଓ ଆସ୍ଫାଳନ !

କଣ ପାଏ କିଏ ଏତେ ଦେଖେଇ ହେଇ ମନର ଅଦେଖା ଇଲାକାକୁ , ଶୁଣେଇ ଅଶୁଣା କାହାଣୀକୁ !

ଅସ୍ତବ୍ୟସ୍ତ ଜୀବନ ଧାରାକୁ କଣ ଦିଏ ଏଇ ଶବ୍ଦର ଯାଦୁଗର !

କି ବାସ୍ନା ଥାଏ ଶବ୍ଦର ପଳାଶ ଫୁଲରେ

ଅଥବା ସ୍ବପ୍ନର ପାରିଜାତରେ !

ଜୀବନ କଣ ଅନ୍ବେଷଣ କରୁଥାଏ ଅବୁଝା

ଏଇ ମନ ଇଲାକାରେ !

ଆନଂଦ ଉଲ୍ଲାସ ପୂର୍ଣ୍ଣତା ନା ମୁକ୍ତି !


Rate this content
Log in