STORYMIRROR

Jeenashree Routray

Others

3  

Jeenashree Routray

Others

ମନ ମୋର ପ୍ରଜାପତି

ମନ ମୋର ପ୍ରଜାପତି

1 min
148


ମନ ମୋର ପ୍ରଜାପତି

ମୁଁ ଜଣେ ନାହିଁ ମୋର ଗତି

ଭ୍ରମର ପରି ତ ପାଗଳ ମୁଁ

ମଧୁ ଜୋଛନାର ପ୍ରସ୍ପୁଟିତ ପୁଷ୍ପଟେ ମୁଁ

ମୁକ୍ତ ଆକାଶେ ଉଡୁଥିବା ପ୍ରଜାପତି ମୁଁ

ସପ୍ତରଙ୍ଗ ପରି ରଙ୍ଗାୟିତ ମୋ ଶରୀର

ଛିଟ ଛିଟ ରଙ୍ଗେ ମନ ଯାଏ ଉଡି

ମନ ତ କାହିଁ କେଜାଣି ଚାଲେ ବୁଡି ବୁଡି କେତେ ଦୂର.....

ମତୁଆଲା ମନ ତ ମାନେନା

ଭାବନାର ସୀମାକୁ ସେ ଚାହେଁନା

ମନ ହୁଏ ମୋର 

ହେବାକୁ ପ୍ରଜାପତି

ଆନାମନା ହୁଅଇ ମନ ସାରା ଦିନରାତି

ଟିପିଟିପିକା ପ୍ରଜାପତି

ଏଣେ ତେଣେ ବୁଲି ମୁଁ ଆସଇ ନିତି

ଫୁଲ ବଗିଚାରେ ଯାଏ ମୁଁ ବସି

ଉଙ୍କି ମାରଇ କେତେ କେତେ ଯେ କଥା ଆସି....

ମନ ମତାଣିଆରେ ମୋ ମନ ହୋଇ ଉଠେ ଉନ୍ମାଦନା

ଇନ୍ଦ୍ରଧନୁର ରଙ୍ଗେ ସଜେଇ ହୋଇ 

ମୋ ମନ ପଛକୁ ଫେରିବାକୁ ଚାହେଁନା

ମୋ ମନ ପରଜାପତି

ମୋ ମନ ପରଜାପତି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍