Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

1.8  

Sadananda Sahoo

Others

ମନ ମଇନା

ମନ ମଇନା

1 min
353



ଶରଧା ନାମଟି ଭଲ ଲାଗେ ଅତି 

   ହେ'ସୁନା ମଇନା ସାଥୀ , 

ଶିକ୍ଷା ଆଳୟରେ ପ୍ରଭାତୀ ନାମରେ 

    ଅରଜି ଥିଲୁତୁ ଖ୍ୟାତି ।


ପ୍ରବୋଧ ପିତାଙ୍କ ସୂଯୋଗ୍ଯା ରତନ 

    ମଇନା ଦୁଲଣୀ ବାଳୀ , 

ମାତା ଶୈଳବାଳା ଅତି ସ୍ନେହଁଶିଳା 

    ଆଶିଷ  ଦିଅନ୍ତି ଢାଳି ।


ଧନଞ୍ଜୟଭ୍ରାତା ସ୍ନେହେଁପ୍ରେମେ ବନ୍ଧା  

    ମଇନାର ନେତ୍ରଜ୍ୟୋତି , 

ସତ୍ରଞ୍ଜୟ ଭାଇ ମଇନାର ଛାଇ 

    ମଧୁର ସମ୍ପର୍କ ପ୍ରୀତି ।


ପ୍ରଣତୀ ଭଗିନୀ ପ୍ରୀତି ସୁହାଗିନି 

   ଶୁଭ୍ରଜ୍ୟୋତି ଗଳାମାଳା , 

ମଇନା ନାନୀର ମନମିତ ଜାଣ 

  ସ୍ନେହଁ ପ୍ରେମେ ଭାସେଲୀଳା ।


ଗଣେଶପୁର'ର ଉଚ୍ଚ ବିଦ୍ୟାଳୟ 

    ମଇନାର ଶିକ୍ଷା ସୌଧ , 

ସ୍ମୃତିଗାଥା କହେବିଜୟ ସୌଭାଗ୍ଯେ

    ସହପାଠୀ ଥିଲେ ମିତ ।


ଉଚ୍ଚ ମାଧ୍ୟମିକ ଶିକ୍ଷାରେ ସରାଗ 

    ମହାବିଦ୍ୟାଳୟ କ୍ଷେତ୍ର , 

ଯୁକ୍ତଦୁଇ ପାଠ  ମଇନାର ଶ୍ରେଷ୍ଠ 

    ଶୈଳବାଳା ଭୂମି ମିତ୍ର ।


ମହାବିଦ୍ୟାଳୟ ସ୍ଵୟମ ଶାସିତ 

    ସାଲେପୁର ସ୍ମୃତିବକ୍ଷ , 

ମଇନା ପଢିଛି  ମନ ପ୍ରାଣଦେଇ 

   ଯୁକ୍ତତିନି ଶ୍ରେଣୀ କକ୍ଷ  ।


ଜୀବନର ଲକ୍ଷ୍ୟ ହୋଇନି ସାଧିତ 

    ଶିକ୍ଷା ପ୍ରଶିକ୍ଷଣେ ଆଶା , 

ଗୁରୁମା ପଦବୀ ଛାଡିଦେଇ ସାଥୀ 

   ଗଢିଲୁ ସଂସାର ବସା ।


ପ୍ରକାଶ ଭାଇଙ୍କ ହୃଦୟ ସଙ୍ଗାତ 

    ମଇନା ସୁନା ଘରଣୀ , 

ଧନଧାନ୍ୟ ପୁର୍ଣ୍ଣ ସୁନ୍ଦର ନୀଳୟ 

   ବିଧାତା ଦେଇଛି ଜାଣି ।


ଦୂରାରୋଗ୍ୟ ରୋଗ ମଇନାର ଦୁଃଖ 

    ପଡିଥିଲା ସଙ୍କଟରେ ,

ପତିପରମଂଦେବ ସେବାରଦ୍ୟୋତକ 

    ସେବା ଥିଲା ଉଜାଗରେ ।


ସ୍ଵାମୀଙ୍କ ଶ୍ରୁଶୁଶା ପ୍ରଭୁଙ୍କ ସଦିଚ୍ଛା  

    ରୋଗ ହେଲା ଉପଶମ , 

 ମଇନା ଆମର ସଂପୁର୍ଣ୍ଣ ନିରୋଗ 

   ନାହିଁତା ମନରେ ଭ୍ରମ ।

      

ଶାଶୁମାଆ ଉଜ୍ଜ୍ଵଳ ସ୍ନେହଁର ପରଶ 

   ଶଶୁରତ ତ୍ରିଲୋଚନ , 

ମଇନା ବୋହୂକୁ କରନ୍ତି ଆଦର 

    ଝରିପଡ଼େ ସ୍ଵର୍ଣ୍ଣଫୁଲ ।


ଆମିଷ ସରାଗୀ  ସମସ୍ତେ ଜାଣନ୍ତି 

    ନହେଲେ ରୁଚେନି ଅନ୍ନ , 

ମାଛ ମାଂସ ଅଣ୍ଡା ସବୁଥିରେ ଆଶା 

    ମଇନାର ଗଡ଼େ ଲାଳ  ।


ରୋଷେଇ ଶାଳର ମହାବିଶାରଦ 

    ମଇନା କୁଶଳୀ ବଧୂ , 

ଭଳିଭଳି ଖାଦ୍ୟ ପରଷଇ ନିତ୍ୟ 

   ସଭିଏଁ ସାଜନ୍ତି ବନ୍ଧୁ ।


ମଇନା ଆଖିର ସପନ ମୂଲକ 

    ପ୍ରତୀକ୍ଷା ଦୁହିତା ସୁତା , 

ଶିକ୍ଷା ଆହୋରଣେ ଅଛିସେ' ସରାଗେ 

   ପୁର୍ଣ୍ଣହେଉ  ମନବାଞ୍ଛା ।


ପ୍ରଭୁ ଜଗନ୍ନାଥ ଶତ ପ୍ରଣିପାତ 

   ମଇନା ତୁମରି କନ୍ୟା , 

ଚକ୍ର ଆଢୁଆଳେ ରଖିବ ସରାଗେ 

   ହସୁତା ସଂସାର ବସା ।


Rate this content
Log in