STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ମନ ଝରଣା

ମନ ଝରଣା

1 min
207

ମୋ ମନ ଝରଣା ହୃଦୟ କନ୍ଦରୁ କୁଳୁ କୁଳୁ ଗୀତ ଗାଇ

ପାତାଳ ଗହ୍ଵରୁ ଝରେ ଯେହ୍ନେ ଝର, “ବନ୍ଧୁର ପଥ ଦେଇ

ଚଳଚଞ୍ଚଳ ଅଙ୍କାବଙ୍କା ଗତି କେତେ ଯେ ବାଧା ବନ୍ଧନ

ତେମନ୍ତେ ମରତ ଭୁବନେ ମଣିଷ ମୋର ଏ ଟିକି ଜୀବନ ।।


ବନେ ଊପବନେ ହସ ଖେଳ ନାଚ କରି ଝରି ଝରି ଯାଏ 

ତେମନ୍ତେ ଏ ମନ ଝରଣା ମୋହର ଜୀବନ ଗୀତିକା ଗାଏ

ତା ଶୁଭ୍ର ସ୍ଵଚ୍ଛ କାଚ କେନ୍ଦୁ ଜଳେ ମିହିର ଚନ୍ଦ୍ରମା ରୂପ

ପ୍ରକଟିତ ହୁଏ ଆକାଶ ନୀଳିମା ଝଳେ ସୂର୍ଯ୍ୟ ଚନ୍ଦ୍ରାଲୋକ ।।


ଏ ମନ ଝରଣା ସ୍ଵଚ୍ଛ ମୁକୁରରେ ସୁଧାମୟ ପ୍ରେମ ଝର

ସାତ ସୁର ଗୀତ ଆର୍ଦ୍ର କରେ ପ୍ରାଣ ପର ହୁଏ ଆପଣାର

ବନ୍ଧୁର ପଥରେ ଯେମନ୍ତେ ଝରଣା ଯାଏ ଅତିକ୍ରମ କରି

ତେମନ୍ତେ ଏ ମନ ଝରଣା ଚାଲଇ ଭାଗ୍ୟ ପଥ ଅନୁସରି ।।


ମନ ଝରଣାର ଗୀତରେ ପ୍ରଫୁଲ୍ଲ ବଖାଣେ ଜୀବନ ଗାଥା

ବୁଝିବେ ପଣ୍ଡିତେ ଏ ମୋର କଥନ କହଇ ନୁଆଇଁ ମଥା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍