Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Others

3.9  

Jagannath Barik

Others

ମନ ଚୋରି

ମନ ଚୋରି

1 min
419


ସାତ ସିନ୍ଦୁକର ସାଇତା ଧନ ମୋହରି ମନ

କେଡ଼େ ଛଟକରେ ଛଇଳି ତାକୁ ହରଣ |


ଗଜା ଉରଜର ଫରୁଆ ତଳେ ରଖିଲୁ ନେଇ

କାଳେ କାହା ଦୃଷ୍ଟି ପଡ଼ିବ ବାସେ ଦେଲୁ ଘୋଡେଇ |


ସୁନା ଗୋରା ତନୁ ରଥରେ ତାକୁ ଯତ୍ନେ ବସେଇ 

ନୟନ କୁରଙ୍ଗ ଚାଳନେ ଶୋଭା ବନେ ବୁଲେଇ |


ସୁରଙ୍ଗ ଅଧର ପୀୟୂଷ ରସ ଦେଲୁ ପିଆଇ 

ବଳିଷ୍ଠ ଜଘନ ନିତମ୍ବ ସିଂହାସନ ମଣ୍ଡାଇ |


ପ୍ରେମ ପ୍ରୀତି କାମ ସମ୍ଭୋଗ ନୀରେ କରାଇ ସ୍ନାନ 

ଗୁପ୍ତ କାମଦେବ ମନ୍ଦିର ତୀର୍ଥେ କଲୁ ସଂସ୍ଥାନ |


କଳା କଲ୍ଲୋଳିନୀ କୁନ୍ତଳେ ଯତନରେ ରଖେଇ 

ବକ୍ଷୋଜ ଶମ୍ଭୁର ପୂଜନ ମନ୍ତ୍ର ଦେଲୁ ଶିଖେଇ |


ଡମ୍ବରୁ କଟିର ମେଖଳା ପଦ ନୂପୁର ସ୍ୱନେ

ଗୋଲାପୀ ଓଠରେ ଗଣ୍ଡକୁ ମଣ୍ଡି ଗାଢ଼ ଚୁମ୍ବନେ |


ରସାଇ ଫସାଇ ରଖିଲୁ କାହିଁ ମାୟା ନଗରେ

କିମିଆ କଲୁ କି ଯାଦୁରେ ମନ ନଫେରେ ଘରେ |


ମନ ନେଇଥିଲୁ ପ୍ରାଣକୁ ଏବେ ନେଉ ଓଟାରି

ଜୀଇଁଥାଉ ଶବ ହୋଇଲି ମାରେ ହର ଭଗାରି |


ଧରା ଦିଅ ବାହୁ ବନ୍ଧନେ ସଜ ସରୋଜ ମୁଖୀ

ପାତି ଦେଇ ଅଙ୍ଗ ବଲ୍ଲରୀ ରତେ କରାଅ ସୁଖୀ |


ଭୁବନ ମୋହିନୀ ହୁଅତୁ ମୋର ପ୍ରାଣସଙ୍ଗିନୀ

କଳା କାଦମ୍ବିନୀ କୋଳରେ ଖେଳ ହୋଇ ଦାମିନୀ ||



Rate this content
Log in