ମନ ଆଇନା
ମନ ଆଇନା
1 min
113
ମନ ଆଇନାରେ ନିତି ଦେଖେ ମୁହିଁ
ପ୍ରିୟା ଗୋ ତୁମରି ଛବି
ସକାଳରୁ ସଞ୍ଜ ବିତିଯାଏ ମୋର
ତୁମ କଥା ଭାବି ଭାବି
ମନ ଆଇନାରେ ରହିଥାଅ ସଦା
ହୋଇ ମୋ ମନର ମିତ
ହୃଦୟରେ ମୋର ଦେଖି ଯେ ତୁମକୁ
ଲେଖୁଥିବି ନିତି ଗୀତ
ସେ ମନ ଆଇନା ନାୟିକା ତୁମେ ଯେ
ନାୟକ ଅଟଇ ମୁହିଁ
ମନର ଆକାଶେ ସୂରୁଜ ଟେ ତୁମେ
ନିତି ଆସୁଥିବ ଉଇଁ
[ ପ୍ରେମ୍ କବି ଜଗବନ୍ଧୁ ସାହୁ ]
[ ଛଞ୍ଚାଣିଆ ପଲ୍ଲୀ ( ଗଞ୍ଜାମ ) ]