STORYMIRROR

Shashanka sekhar Ray

Others

3  

Shashanka sekhar Ray

Others

ମମତାର ମୂଲ

ମମତାର ମୂଲ

1 min
176

 ଗୋଟେ ଅକ୍ଷର ନୁହେଁ 

 ସେ ଏକ ପ୍ରତିଧ୍ଵନି

ଛାତିରେ ଖେଳାଏ କମ୍ପନ

ଥରେ ଉଚ୍ଚାରିତ ହେଲେ

ମାଟିରୁ ଆକାଶ ଯାଏଁ 

ସଂଚରିଯାଏ ଏକ ଦିବ୍ୟଅନୁଭବ ।

କି ଯାଦୁ ଥାଏ କେଜାଣି ସେ ନାମେ

ସବୁ ଦୁଃଖ ପୋଛିହୋଇଯାଏ

ଆପେ ଆପେ ତା ପଣତକାନିରେ

ସଂସାରର ଯେତେ ଥକାପଣ

ଦୂରେଇଯାଏ ନିମିଷେକେ

ଶୋଇଗଲେ ମୁଣ୍ଡ ରଖି ତା କୋଳେ ।

ଜହ୍ନ ଠାରୁ ଶୀତଳ ଫୁଲଠୁ କୋମଳ

 ଛଳ ଛଳ ମମତାର ସିନ୍ଧୁଟିଏ

ଖାଲି ସେ ଦେଇଜାଣେ ଅନ୍ୟକୁ 

ପାଇବାର ଆଶା କେବେ ରଖି ନ ଥାଏ ।

ସାହାଣମେଲା ତା ସିଂହଦ୍ଵାର 

ଖାଲିହାତେ କେହି କେବେ ଫେରିନି

ଆଖିର ଲୁହ ଛାତିର କୋହକୁ

 ଦେଖାଇଦିଏନି ସେ କାହାକୁ 

ନିଜେ ମେରୁଖୁଣ୍ଟି ସାଜି

ଘୁରୁଥାଏ ନିଜେ ନିଜ ଚାରିପଟେ 

ସ୍ଵାର୍ଥ ନ ଥାଏ ମନେ କାଣିଚିଏ ।

ରାତିରାତି ଉଜାଗର ଯାହାପାଇଁ ସେ

ହାତ ଧରି ଶିଖାଇଛି ମାଟିପରେ ଚାଲି

ପାପ ପୂଣ୍ୟ ସତମିଛ ଦିନରାତିର ଫରକ

ସବୁକିଛି ଜାଣିବାପରେ

ଆଜିକାହିଁ ଭୁଲିଯାଉଛି ତାକୁ ।

 ଅଲୋଡା ଅଖୋଜା ହୁଏ ବଢିଗଲେ ବୟସ

ଜରାଶ୍ରମେ ଛାଡି ମୁକ୍ତ ହୁଏ

ପରିବାରେ ଲାଗେ ବୋଝ

ପିଲାଦିନେ ପିଠି ଥାପୁଡାମାନ

ବାଜୁଛି ଏବେ

ଗାଲେ ଚଟକଣି ହୋଇ ତାର

କେହି ବୁଝିଲେନି ଥରେ ତାର ମମତାର ମୂଲକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍