STORYMIRROR

RAKHAL CHANDRA SWAIN

Others

4  

RAKHAL CHANDRA SWAIN

Others

ମିଠା ମୃତ୍ୟୁ

ମିଠା ମୃତ୍ୟୁ

1 min
373

ଥରେ ମାତ୍ର,

ବିଶ୍ଵାସ ମୋ ମରିଗଲା ପରେ,

ତମ ଥାକ ମରା, ବାସ୍ନା ଭିଜା,

ସଜଫୁଟା ଗୋଲାପ ପାଖୁଡା ବି,

ମୋ ପାଇଁ ,

ମଉଳା ବାସର ଶଯ୍ୟା।


ତମ ଗୋଲାପ ଥାକର ପାହାଚ ତଳେ,

ସନ୍ଦେହି ଆଖି ମୋର, ଖୋଜିବୁଲେ,

କଣ୍ଟାର ଚଟାଣ।


ତମ ନିଶ୍ଵାସରୁ ବାରିହୁଏ,

ରଣା ସାପର ଗନ୍ଧ

ମରିଯାଏ ଆତ୍ମିୟତା

ଇତିହାସ ହେଇଯାଏ ସମ୍ପର୍କର ଆଦି ପର୍ବ।


ନିଜ ଠୁ ଅଧିକ ଆପଣାର,

ବୀଣା ର ତନ୍ତ୍ରୀ,ଗାଇ ଉଠେ,

ବେସୂରା ସଙ୍ଗୀତ।


ସୂତା ଖିଅ ରେ,ଲଟକିଥିବା,

ରଙ୍ଗିନ ଗୁଡିଟା,

ସମ୍ପର୍କର ପରିସୀମା ଡେଇଁ,

ଦିଗହରା ହେଇଯାଏ।


ଲକ୍ଷେ ଶିହରଣ ତୋଳିଥିବା ତମ ହାତର ସ୍ପର୍ଶ,

ମୋ ପାଇଁ ରଚେ, ସୁନାମିର ତାଣ୍ଡବ।


ତଥାପି, କାହିଁକି କେଜାଣି

ଅନ୍ଧାରୀ ମନଟା ମୋର,

ଆଲୋକ ର ଉତ୍ସ ଖୋଜି ଖୋଜି,

ଆତ୍ମବଳୀ ଦିଏ,ତମ ଲେଲିହାନ,

ଅଗ୍ନି ଫଣାର ଲହଲହ ଜିଭର ଫାଶରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍