STORYMIRROR

pratap nayak

Others

2  

pratap nayak

Others

ମିଶାଣ ସ୍ମୃତିର

ମିଶାଣ ସ୍ମୃତିର

1 min
12.7K


ପ୍ରତାପ ନାୟକ

୭୦୦୮୦୫୪୨୮୨


ତୁମକୁ ଭଲପାଏ ବୋଲି

ମୋ ପଢା ଟେବୁଲ ତ ଯାଣିଛି

ପଢା ଘର କାନ୍ଥ ବି ଯାଣି ସାରିଲେଣି

ତା ସହିତ ଯିବା ଆସିବା ବାଟ

ସେହି ବାଟ ଧାରରେ ଥିବା ବରଗଛ

ବରଗଛ ଚଢେଇ ବସାରେ ଥିବା

ଆଖି ଫିଟିନଥିବା ଚଢେଇଛୁଆ

କେବିନରେ ପାନ ଦୋକାନ କରିଥିବା

ବନା ବଣିଆ

ଆଉ ତପନା ଚା ବାଲା

ସବୁ ଯାଣିଗଲେଣି

ତୁମକୁ ଭଲ ପାଇବା ମୋର.....


ମୁରୁକି ହସୁଛି

ମୋ ଅବସ୍ଥା ଦେଖି ସାଂଗ ମୋର...

ଠରାଠରି ହେଉଛନ୍ତି ବି ତୁମ ସାଂଗ

ତଳକୁ ଅନେଇ ତମେ ଯେବେ ଯାଅ

ଆମ କ୍ଲାସ ବାଟଦେଇ ....


ହେଲେ କଲେଜର କୃଷ୍ଣଚୂଡା ଗଛ

ତା ଉପରେ ଧୋବ ଫର ଫର ଭସା ବାଦଲ

ଅଫିସ ଆଗରେ ଝୁଲୁଥିବା ନୋଟିସ ବୋର୍ଡ

ପିରିୟଡ ମାପୁଥିବା ପିତ୍ତଳ ଖଣ୍ଟି

ଯାଣିଛନ୍ତି କିନ୍ତୁ .....

ତମେ ମୋତେ ଭଲ ପାଅନା ବୋଲି

ତମେ ମୋତେ ଯମା ଭଲ ପାଅନା...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍