ମିଛ
ମିଛ
1 min
279
ମିଛ କୁହେ ସ୍ୱପ୍ନ ଫଳ
ଭ୍ରାନ୍ତ ହୁଏ ଆତ୍ମା ବଳ
କେବଳ ଝୁଣ୍ଟିଲା ଭଳି
ଆତ୍ମା ହୁଏ କଲବଲ ll
ବ୍ୟଥା ଲୁଚାଇ ହୃଦୟେ
ନାକ ଆଙ୍ଗୁଠିର ଭୟେ
କାନ୍ଥ ବାଡ଼ ଧୁରନ୍ଦର
ଚୁପି ଶୁଭେ' ଭୀଷ୍ମ ସ୍ୱର ll
ଆଦେଖା ପ୍ରହାର ବ୍ୟଥା
ତୁଣ୍ଡ ବାଇଦର ପ୍ରଥା
ତେଣୁ କ୍ଳିଷ୍ଟ" ଭୋଗେ ରାଗ
ଲୁପ୍ତ ବ୍ୟଥା ଆତ୍ମା ଯୋଗ ll
ଘର ମହୁରା ସମ୍ପର୍କ
ଲହୁ ହିଁ ଦିଏ ବିତର୍କ
ନ କହି ହୃଦୟେ ଚାପି
ନିଜକୁ ନିଜେ ସନ୍ତାପି ll
କେବଳ ମିଥ୍ୟା ଏ ସ୍ୱପ୍ନ
ଅସଫଳ ସ୍ୱପ୍ନ ପ୍ରଣ
ଶେଷ ବୃତି କଳ୍ପ ଭାଵ
ଏହିତ ସ୍ୱପ୍ନ ସ୍ଵଭାଵ ll