ମହାଯାତ୍ରା
ମହାଯାତ୍ରା
ଗତ ଜନମର ପାପ ପୁଣ୍ୟ ଅନୁସାରେ
ମଣିଷ ଜନ୍ମହୁଏ ଏ ଧରା ଧାମରେ...
ଜାତି, ମାତା ପିତା, ବନ୍ଧୁବରଗ,ରାଜ୍ୟ
ଆୟୁ, ବୁଦ୍ଧି, ଶକ୍ତି ଆଗୁ ହୁଏ ନିର୍ଣ୍ଣୟ..।
ମୃତ୍ୟୁ ପରେ ସେ କାଳାନୁସାରେ
ମାତୃଗର୍ଭେ ହୁଏ ପ୍ରବେଶ,
ମହାଯାତ୍ରା ତା' ଆରମ୍ଭ ହୁଏ
ଧାରଣ କରେ ଯାତ୍ରୀ ବେଶ..।
ଏନ୍ତୁଡିଶାଳୁ ମଶାଣି ଯାଏ
ମହାଯାତ୍ରା ତ ହୁଏ ଆରମ୍ଭ,
କେଉଁ ନର ବି ଜାଣନ୍ତି ନାହିଁ
ସେ ମହାଯାତ୍ରା କେବେ ସରିବ ।
ଯାତ୍ରା ଆରମ୍ଭରୁ କାମନା,ଲୋଭ
ସାଜିଯାଆନ୍ତି ନିଜ ବାହାନ,
ଜ୍ଞାତି, ପତ୍ନୀ, ବଂଧୁ ସାଥେ ହୁଏ
ତା ମହାଯାତ୍ରା ପଥେ ମିଳନ ।
ମହାଯାତ୍ରାରେ ତ ଭରି ରହିଥାଏ
ଲୁହ,ଲହୁ,ହସ,ଖୁସି,ଦୁଃଖ,କ୍ଲେଶ..
ମହାଯାତ୍ରା ପଥେ ଯାତ୍ରୀ ସାଜିଥାନ୍ତି
ଅନେକ ନିର୍ଜୀବ କୁହୁକ ପଥିକ... ।
ସେମାନେ ହେଲେ....
'କ୍ଷୁଧା'
ସର୍ବ କର୍ମେ ସୃଷ୍ଟି କରେ ବାଧା ।
'ହିଂସା'
ବୁଦ୍ଧି ନଷ୍ଟ କରିବା ତା ନିଶା ।
'ମିଛ'
ଚରିତ୍ରକୁ ସେ କରେ ଅସ୍ଵଚ୍ଛ ।
'ଗର୍ବ'
ନଷ୍ଟ କରେ ପୁଣ୍ୟ କାର୍ଯ୍ୟ ସର୍ବ ।
'କାମନା'
ଦିଏ ଦୁଃଖ କ୍ଲେଶ ନଜରାନା ।
'ଅତ୍ୟାଧିକ ନିଦ'
ଚୋରାଇନିଏ କରମ,ହ୍ଲାଦ ।
'ଅନଳ୍ପ ଭୋଜନ'
ସୃଷ୍ଟି କରେ ସେ ନିଦ୍ରା ମୌଥୁନ ।
'କାମ'
ଦୁଃଖ ଦେଇ ପୁଣି କରେ ପ୍ରେମ ।
'କୁକର୍ମ'
ଛଡାଇନିଏ ସେ ପୁଣ୍ୟ ଧର୍ମ ।
'ଚୁଗୁଲି'
ଉପରୁ ତଳକୁ ଦିଏ ଠେଲି ।
'ଅଜ୍ଞାନ'
ଅନ୍ଧକାର କରେ ସେ ଜୀବନ ।
'କାଉଁରୀ ପ୍ରୀତି'
ଲିଭାଇଦିଏ ସେ ଭବିଷ୍ୟ ବତୀ ।
ଏମିତି ବହୁ ନିର୍ଜୀବ ପାପୀ ଯାତ୍ରୀ
ଏହି ମହାଯାତ୍ରାରେ ଯାତ୍ରୀ ସାଜନ୍ତି,
ଏମାନଙ୍କ ସହ ପରିଚୟ ହେଲେ,
ଯଥାଶୀଘ୍ର ସିଏ ବନ୍ଧୁତା ବାନ୍ଧନ୍ତି ।
ବହୁ ଦୁଃଖ,କଷ୍ଟ ଦେଇ
ଆମକୁ ପାପୀ ସଜାନ୍ତି,
ଏମାନେ ନିଜ ପାଖରୁ
ବହୁ କଷ୍ଟରେ ଯାଆନ୍ତି ।
ସତ୍ୟ,ଭକ୍ତି,ଅହିଂସା,ସୁକର୍ମ,ପ୍ରଣୟ
ଶାନ୍ତି ଏ ସବୁ ପରା କୁହୁକ ପୁଣ୍ୟାତ୍ମା ଯାତ୍ରୀ,
ତେଣୁ ପାପାତ୍ମାକୁ ଛାଡ଼ି ଏହି ପୁଣ୍ୟାତ୍ମା
ନିର୍ଜୀବ ଯାତ୍ରୀ ସାଥେ ଶୀଘ୍ର ବନ୍ଧୁତା ବାନ୍ଧନ୍ତୁ ।
ସୁଖ,ଆନନ୍ଦେ ଦିନ କାଟନ୍ତୁ
ନିଜକୁ ମହାତ୍ମା ସଜାନ୍ତୁ,
ମହାଯାତ୍ରାରେ ସମ୍ରାଟ ସାଜି
ମହାଯାତ୍ରାକୁ ସଫଳ କରନ୍ତୁ ।
'ମହାଯାତ୍ରା'
ଏନ୍ତୁଡ଼ିଶାଳରୁ ମଶାଣି ଯାଏଁ ।
ତୁମେ ମହାଯାତ୍ରାରେ ଯଦି କର 'ପରୋପକାର'
ତେବେ ଧରାରେ ରହିବ ସଦା ହୋଇ ଅମର,
ତୁମେ ମହାଯାତ୍ରାରେ ଯଦି କର 'ନଜୋପକାର'
ତେବେ ବଞ୍ଚିଥାଉ ଥାଉ ତୁମର ହେବ ମର ।