ମହାସତୀ ସାବିତ୍ରୀ
ମହାସତୀ ସାବିତ୍ରୀ
ମୁଁ ସତୀ ମୁଁ ସାବିତ୍ରୀ ମୁଁ ପତିବ୍ରତା ନାରୀ
ସ୍ବାମୀ ମୋର ଭଗବାନ ସ୍ଵାମୀ ମୋର ପୂଜା
ପତି ପରମେଶ୍ବର ସିଏ ମୋ ଇଷ୍ଟ ଦେବତା
ସେ ମୋର ଅର୍ଦ୍ଧାଙ୍ଗ ଆଉ ମୁଁ ତାଙ୍କ ଅର୍ଦ୍ଧାଙ୍ଗିନୀ
ତାଙ୍କ ବିନା ମୋ ଜୀବନର କିଛି ମୂଲ ନାହିଁ
ମୁଁ ଶରୀର ହେଲେ ସେ ମୋର ପ୍ରାଣ
ରହିଯାଏ ମୋ ବାଟ ଅଧା ଯଦି ମୁଁ ଚାଲେ ତାଙ୍କ ବିନା
ମୁଁ ସତୀ ମୁଁ ସାବିତ୍ରୀ ମୁଁ ପତିବ୍ରତା ନାରୀ
ପତି ମୋର ପ୍ରେମ ଆଉ ଜିଇଁବାର ଆଶା
ତାଙ୍କ ବିନା ନିଶ୍ବାସ ମୋର ରହିଯାଏ ଅଧା
ପତି ମୋର ପ୍ରିୟ ଦେବ ପତି ମୋର ଆତିତେୟ
ତାଙ୍କ ବିନା କି ଅର୍ଥ ମୋର ଅଛି ଏ ସଂସାରେ କହ
ପତି ସେବା ହିଁ ତ ଏ ସାବିତ୍ରୀ ର ଧର୍ମ
ଦେଖି ପାରିବିନି ଯମକୁ ହେଲେ
ଫେରାଇ ଆଣିବ ମୋ ଭକତି ଜାଣ
ଯିବେ ଯଦି ସେ ମୋ ଆଗେ
ଚାଲିବି ମୁଁ ତାଙ୍କ ତାଙ୍କ ପଛେ ପଛେ
ହାତ ଛାଡିବିନି କେବେ ରହିଲା ରାଣ
ସାତ ଜନମ ର ସତେ
ହେ ଆତିତେୟ ତୁମେ ହିଁ ମୋ ସୁର ଅମର
ତୁମ ବିନା ନାହିଁ କିଛି କଳ୍ପନା ମୋର
ତୁମେ ହିଁ ମୋ ଆଦି ତୁମେ ହିଁ ମୋ ଅନ୍ତ
ମୁଁ ସତୀ ମୁଁ ସାବିତ୍ରୀ ମୁଁ ପତିବ୍ରତା ନାରୀ
ତୁମେ ମୋର ଆଉ ମୁଁ ତୁମର
ରହିବା ଆଜୀବନ ହୋଇ ସାଥି ଶୁଣ
ଏ ଶରୀର ଯେବେ ଛାଡ଼ିବ ପ୍ରାଣ
ହେଲେ କମିବ ନାହିଁ ତୁମ ପାଇଁ ମୋ ପ୍ରେମ
ତୁମେ ମୋ ଜୀବନ ବିବୁଧ ମୋ ପ୍ରାଣଧନ
ତୁମେ ଦିବିଷଦ ମୁଁ ତୁମ କାମିନୀ
ତୁମେ ତ୍ରିଦଶ ମୁଁ ତୁମ ରମଣୀ
ହେ ମୋର କାନ୍ତ ମୋର ପ୍ରିୟବର ନାଥ
ଜୀବନ ଥିବାଯାଏ କେବେ ଛାଡିବନି ହାତ
ମୁଁ ସତୀ ମୁଁ ସାବିତ୍ରୀ ମୁଁ ପତିବ୍ରତା ନାରୀ
ସ୍ବାମୀ ମୋ ଶଙ୍ଖାସିନ୍ଦୁର ଆଉ ସ୍ବାମୀ ମୋ ଗହଣା
ତୁମେ ନଥିଲେ ପାଶେ ହୀରାର ବି ମୂଲ୍ୟ ରହେନା
ମୋ ସତୀତ୍ୱ ମୋର ପରିଚୟ
ପତି ବିନା ନାହିଁ କିଛି ଅସ୍ତିତ୍ଵ ମୋର
ଦେଇଦେବି ମୁଁ ହସି ପ୍ରାଣ
ହେଲେ ହଜେଇବି ନାହିଁ ମୋ ମାନ ଅଭିମାନ
ମୁଁ ନିଷ୍କଳଙ୍କ ମୋ ମନେ କେବଳ ତାଙ୍କ ଚିନ୍ତନ
ତାଙ୍କ ପ୍ରେମ ରେ ମୁଁ ବନ୍ଦୀ ସାରା ଜୀବନ
ରହିଛି ରହିବ ଏ ହୃଦୟ ସଦା
ତାଙ୍କ ପ୍ରେମେ ହୋଇ ବନ୍ଧନ ।
