STORYMIRROR

Gyanaranjan Sahoo

Others

4  

Gyanaranjan Sahoo

Others

ମହାସଂଗ୍ରାମ

ମହାସଂଗ୍ରାମ

1 min
162

ବିଶ୍ବକପ୍ ମହାସମର

ଚାରି ବର୍ଷକୁ ଥରେ

କ୍ରିକେଟକୁ କରେ ଅମର

ଇତିହାସ ରଚିବାରେ ।


ଦୁଇଥର ଜିତିଛୁ ଆମେ

ବିଶ୍ବ ଆକାଶେ ପକାଇ ରୋଷଣୀ ଗାର

ଦୁଇ ହଜାର ଉଣେଈଶରେ ଭାରତ ଆମ

ପ୍ରବଳ ଦାବିଦାର ।


ଏଇ ଖେଳରେ ତେନ୍ଦୁଲକର

ରଚିଯାଇଛି ବିଶ୍ବ କୀର୍ତ୍ତିମାନ

ବର୍ତ୍ତମାନର କୋହଲି ଭାଇ କରେନି ନିରାଶ

ନାମ ବିରାଟ ସାଥେ ମହେନ୍ଦ୍ର

ହଳ ହଳ ଯୋଦ୍ଧା ଧରି

ରଖିବ ନାମ ଟେକି, ଭାରତ ଦେଶ ନିଶ ।


ଭାରତ ଦେଶ ପ୍ରସିଦ୍ଧ ଖେଳ

କ୍ରିକେଟ ନାମ ଯା'ର

ମହିଳା ଦଳ ଆମ ଦେଶର

ଫୁଙ୍କନ୍ତି ଗର୍ଜି ବିଗୁଲ ସମରର

ମିତାଲିଠାରୁ ଝୁଲଣ ଯାଏଁ

କେତେ ଅଛନ୍ତି, କରନ୍ତି ଉପଚାର ।


ଦେଶପ୍ରେମକୁ କରେ ଜାଗ୍ରତ

ଖେଳ ନୁହେଁ ମହାସମର

ଖେଳି ନ ପାରିଲେ ଖେଳାଳୀ ଏଠି

ଶରବ୍ୟ ହୁଏ ତୀକ୍ଷ୍ଣ କଟାକ୍ଷର

ଗାଳି ଶୁଣନ୍ତି ଆଉଟ୍ ହେଲେ ଜଲଦି

ମୁଣ୍ଡେ ବସାନ୍ତି ପିଟିଲେ ଶହେ ସ୍କୋର ।


ଜାତୀୟ ହେଉ ବା ଅନ୍ତର୍ଜାତୀୟ

ଖେଳ ଏ ସଭିଙ୍କ ପ୍ରିୟ, ନାହିଁ ଅଗୋଚର

ଷ୍ଟାଡିୟମ ଗ୍ୟାଲେରୀରେ ହେଉ ଅବା

ଘର ଟିଭି ପରଦାରେ

ସମର୍ଥକଙ୍କ ବାଜେ ତାଳି ଚଉକା ଛକାରେ

ନିଜ ଦଳରୁ କେ ଆଉଟ୍ ହେଲେ, ମୁଣ୍ଡେ ଦିଅନ୍ତି ହାତ

ଆଜିକାଲି ଆଇ ପି ଏଲ ରେ ଚିୟର ଗାର୍ଲ

ଏସବୁ ଆବେଗକୁ ମାରିଲେଣି ନାତ ।


ଟେକି ଦେଇ ଆମେ ମାନ ସମ୍ମାନ

ଦେଶ ବୀର ବୀରାଙ୍କ ହାତରେ

ଶୁଭମନାସୁ କରାମତି ପାଇଁ

ଜିତିବା ଉଦ୍ଦେଶ୍ୟରେ

ବ୍ୟାଟ ବଲ ଯୁଦ୍ଧେ କିଏ ହାରୁ କିଏ ଜିତୁ

ମଣିଷପଣିଆ ସଦା ଜିତୁଥାଉ

କ୍ରିକେଟ ଗ୍ରାଉଣ୍ଡ ପରେ ।



Rate this content
Log in