STORYMIRROR

Sadananda Sahoo

Others

3  

Sadananda Sahoo

Others

ମହାର୍ଘ୍ୟତିଥି ଶ୍ରାଦ୍ଧ ବାର୍ଷିକୀ

ମହାର୍ଘ୍ୟତିଥି ଶ୍ରାଦ୍ଧ ବାର୍ଷିକୀ

1 min
354


ମହାର୍ଘ୍ୟତିଥିରେ ସ୍ମୃତି ଛବି ଭାସେ

    ଶ୍ରାଦ୍ଧଉତ୍ସବରେ ଆଜ , 

ହେ'ମାଆ'ଇନ୍ଦୁ କଲ୍ୟାଣୀ'ମାଆ ବିନ୍ଦୁ 

    ଅଫେରା ରାଇଜୁ ଆସ ! ! 


ସର୍ବ ସମର୍ପଣେ ଉଦାର ହୃଦୟେ 

   ଥିଲୁ ମାଆ ଉକର୍ଷେ ତୁହି , 

ସାରା ପରିବାର ବନ୍ଧୁକି ବାନ୍ଧବ 

     ସଭିଏଁ ଝୁରନ୍ତି  କହି ! ! 


ସେଠୀ ପରିବାର ହୋଇଛି ଶ୍ରୀହୀନ 

   ହରେଇ'ଲୋ ତୋତେ ମାଆ , 

ବାପାଙ୍କୁ ହରେଇ ଯାଇଥିଲୁ ଭୁଲି 

   ତୁଥିଲୁ ଆମର ସାହା ! ! 


ବାପା ନେପାଳଙ୍କ ସୁନାର ସଂସାର 

     ଇନ୍ଦୁମତି  ସୁନା ମାଆ , 

ଆବାସମହଲ ଆଉ ଲାଗୁନି ସୁନ୍ଦର 

   ଲିଭିଗଲା ବୋଲି ନାଁଆ ! ! 


ସବୁ ସ୍ମୃତି ଚିତ୍ର  ସମ୍ପର୍କର ମିତ 

    ତୁମରି  ସନ୍ତକ ଛବି , 

ସନ୍ତାନ ସନ୍ତତି   ନିଇତି ଝୁରନ୍ତି 

   ମାଆ କଥା  ଭାବି ଭାବି ! ! 


ପରୁ ଭାଇ ଝୁରେ ଦିବାନିଶି ସତେ 

   ସେଠୀ କୁଳ ନଭ ଜ୍ୟୋତି , 

ବାଲେଇ ଭାଉଜ କୁଳବଧୂ ଜ୍ୟେଷ୍ଠ 

    ମାଆର ପ୍ରିୟର ଅତି ! ! 


ଅରୁକୁ ନମିତା  ମାତୃ ପ୍ରୀତି ଶ୍ରଦ୍ଧା 

    ହୃଦୟ ପରାଣ ମିତ , 

ଭଲପାଏ ମାଆ ମୋ'ପାଖରେ ଖାଆ 

  ତୁ' ଆମ ପରାଣ ମିତ  ! ! 


କୁନା ମ୍ୟାଡାମଙ୍କ ମାଆ ପ୍ରତିସ୍ନେହଁ  

    ଆଜି ମଧ୍ୟ ଉଜ୍ଜୀବିତ , 

ଏ' ଦୁହିଁକୁ ମାଆ ଭଲପାଏ ସଦା 

   ସଭିଏଁ ମାଆ ସ୍ଵିକୃତ ! ! 


ଅତି ଗେହ୍ଲା ମଣି ସବା ସାନ ଜାଣି 

    ବାବୁନା ରତନ ଧନ , 

ସିନୁ ସୁନାବୋହୂ  ଝୁରୁଛି ମାଆକୁ 

   ଆସ ମାଆ ନେଇ ଜନ୍ମ ! ! 


ନିନା ବାଳି ଝୁରେ ଲୁହଢାଳି କାନ୍ଦେ 

   ଆସ ମାଆ ଫେରି ଥରେ , 

ଜ୍ଵାଇଁ ରତ୍ନାକର  ତୁମରି ଆଦର୍ଶ 

   ହୃଦୟରେ କୋହ ଭରେ  ! ! 


ସାନ ରତ୍ନ ମଣି ଦୁହିତା ଦୁଲଣୀ 

    ଅଲି ଅଳି ରାଣୀ ମାମା , 

ତୋହରି ସ୍ଵିକୃତେ ଅଛିସେ  ସୁଖରେ 

     ଭୁଲି ପାରିବନି ଜମା ! ! 


ରଙ୍କନିଧି ଜ୍ଵାଇଁ  ସରାଗେ କହନ୍ତି 

    ମାଆ ଆମ ସ୍ମୃତି ପ୍ରୀତି , 

ଆଦର୍ଶର ଛବି ନଭେ ହସେରଵି  

   ମାଆ ଆମ ଧର୍ମ ଜ୍ୟୋତି  ! ! 


ଡ୍ଯାଗପୁତ ମାତ ଜୀବନ ଆଦର୍ଶ 

   ଇନ୍ଦୁମତି  ସୁନା ମାଆ , 

ସାଇରାମ ସେବା ଅତି ଉକର୍ଷତା 

   ସେଇ ଏକା ଥିଲା ସାହା ! ! 


ଆଈ ସ୍ପର୍ଶ ପାଇ ଭଲ ହେଲା ସାଇ 

     ଆହାକି ଏ ସେବାଧର୍ମ , 

ଛଅ ମାସ କାଳ  ଜଗି ରହିଥିଲ 

    ମାମା ହିଁ ବୁଝିଛି ମର୍ମ ! ! 


ମଲାଦିନ ମାଆ ଧରିଥିଲା ନାଆଁ 

   ମାମା ମୋ ଖାଇବ ମାଛ , 

ହାତର ଧରିଛି ମୁଁ ମୁଦ୍ରା ପଚାଶ 

   କେ'ଅଛରେ ନେଇଆସ ! ! 


କେତେ ଭଲ ପାଏ ମାଆ ମାମିନାକୁ 

     ଭାଷାରେ ହବନି କହି , 

ଅଲି ଅଳି ବୋଲି ମାଆକହେ ନିତି 

     ମାମିନା ଦିଅଇ ହସି ! ! 


ନାତିକି ନାତୁଣୀ ସଭିଏଁ ଝୁରନ୍ତି 

  ଜେଜ ମାଆ କାହିଁ ଗଲ ,  

ବାଳୁତ ଅଜ୍ଞାନ କି ଅବା ବୁଝିବେ 

   ଜେଜ ମାଆ ତାରା ଫୁଲ ! ! 


ଶ୍ରାଦ୍ଧ ବାର୍ଷିକୀରେ ଭକ୍ତି ସମର୍ପଣେ 

    ଜାଣାଉଛୁ ଶ୍ରଦ୍ଧାଞ୍ଜଳି  

ଆସ ମାଆ ଇନ୍ଦୁ ସରଗ ରାଇଜୁ 

    ସଭିଏଁ କରୁଛୁ ଅଳି  ! !  



Rate this content
Log in