ମହାପ୍ରଭୁ ଆଗମନେ
ମହାପ୍ରଭୁ ଆଗମନେ
1 min
175
ପୁରୀ ବଡ଼ଦାଣ୍ଡେ ନନ୍ଦିଘୋଷ ଚଢି
ରାଜକୀୟ ଠାଣି ମାରି
ବାହାରି ଯାଆନ୍ତି ମାଉସୀ ଘରକୁ
ଭାଇ ଭଉଣୀଙ୍କୁ ଧରି ।
ରଥ ବି ବିଭୋର ପଥ ବି ବିଭୋର
ଭକତ ଜନ ବି ବିଭୋର
ଭାବ ବିନୋଦିଆ ଦରଶନ ଲାଗି
ବୋହେ ଅଶ୍ରୁ ଧାର ଧାର ।
ନାଚୁଛି ଭକତ ନାଚୁଛି ଶ୍ରୀକ୍ଷେତ୍ର
ଘଣ୍ଟ ଘଣ୍ଟା ଶବଦରେ
ପଣ୍ଡା ପଢିହାରୀ ଦଇତାପତିଙ୍କ
ହରିବୋଲ ଡାକରାରେ ।
ରଥ ପଥ ଆଜି ଶୋଭା ପାଉଅଛି
ମହାପ୍ରଭୁ ଆଗମନେ
ଦେବତା ମାନବ ସର୍ବେ ଏକାକାର
ଭାବ ଭକ୍ତି ଭରା ନୟନେ ।
