STORYMIRROR

Dr. Rajib Lochan Panigrahy

Children Stories Classics Inspirational

4  

Dr. Rajib Lochan Panigrahy

Children Stories Classics Inspirational

ମହାମହୋପାଧ୍ୟାୟ ପଠାଣି

ମହାମହୋପାଧ୍ୟାୟ ପଠାଣି

1 min
6

କେତେ ଯୋଗ ଜନ୍ମା ଜନମି

ଧନ୍ୟ ହୋଇଛି ଓଡିଶା ମାଟି

ସାରା ବିଶ୍ୱରେ ଅରଜି ଖ୍ୟାତି

ନିଜ ପରାକାଷ୍ଠା ଦେଖାଇ ଅତି

ସେମିତି ଅଟନ୍ତି ଚନ୍ଦ୍ରଶେଖର

ମହାମହୋପାଧ୍ୟାୟ ନାମ ତାଙ୍କର

ପିତା ତାଙ୍କର ଥିଲେ ଜ୍ୟୋତିଷ

ପିତାଙ୍କ ଗୁଣରେ ହେଲେ ଗବେଷକ

କେତୋଟି ବାଡ଼ିରେ ସାହାଯ୍ୟ ନେଇ

କଳନା କରିଲେ ଗ୍ରହ ନକ୍ଷତ୍ର ଚଳଣି

ଆକାଶ ରେ ଥିବା ଗ୍ରହ ନକ୍ଷତ୍ର

କାହା ଠାରୁ କେତେ ତାଙ୍କ ଦୂରତ୍ୱ

ସେ ବିଷୟ ସବୁକୁ ଲେଖିଲେ ବସି

ପୁସ୍ତକର ନାମ ସିଦ୍ଧାନ୍ତ ଦର୍ପଣ ରଖି

ବାଉଁଶ ଦେହରେ ଦୂରବିକ୍ଷଣ କରି

ଦେଖୁଥିଲେ ତାରାମାନଙ୍କୁ ନୀତି

ମହାକାଶ ଜ୍ଞାନ ଶିଖାଇଦେଲେ

ସାରା ବିଶ୍ୱ ଲୋକ ଚକିତ ହେଲେ

ଗ୍ରହ ଚଳନ ଅମାବାସ୍ୟା ପୂର୍ଣ୍ଣିମା

କେବେ ହେବ ଚନ୍ଦ୍ର ଗ୍ରହଣ ଅବା

ସୂର୍ଯ୍ୟ ପରାଗ ଓ ଅଧିବରସ ଉଭା

ଦିବା ନିଶି କେତେବେଳେ ହୋଇବ

ଋତୁ ଚକ୍ର କାହିଁକି କିପରି ହେବ

ଉତ୍କଳ ମାଟିର ତୁମେ ଉଜ୍ବଳ କୀର୍ତ୍ତି 

ବିଜ୍ଞାନ ଆକାଶେ ବିସ୍ମୟ ଜ୍ୟୋତି

ଜ୍ୟୋତିର୍ବିଜ୍ଞାନ ମହାକାଶ ବିଦ୍ୟା

କେହି କାଟିପାରିନାହିଁ ତୁମ କଥା

ସରକାର ଦେଲେ ତୁମକୁ ଉପାଧି

ମହାମାହୋପାଧ୍ୟାୟ ସାମନ୍ତ ପଠାଣି 

ତୁମ ଯଶ କୀର୍ତ୍ତି ଅମର ଜ୍ୟୋତି

ତୁମ ନାମେ ଗଢିଲେ ପ୍ଲାନେଟୋରିୟମ 

ପୁରୀରେ ମହାବିଦ୍ୟାଳୟ ନାମକରଣ

ତୁମ ଜନ୍ମଦିନେ ଜଣାଉ ଭକତି

ତୁମ ଅବଦାନ ଅମୂଲ୍ୟ କୀର୍ତ୍ତି

ବିଜ୍ଞାନ ଆକାଶେ ତୁମେ ବିସ୍ମୟ ଜ୍ୟୋତି

ବିଶ୍ଵ ପାଳଇ ପଠାଣି ସାମନ୍ତ ଜୟନ୍ତୀ ।।



Rate this content
Log in