STORYMIRROR

Nrusingha Panigrahi

Others

3  

Nrusingha Panigrahi

Others

ମହାଦେବ

ମହାଦେବ

1 min
12.1K

ଅପ୍ରତ୍ୟାଶିତ ଘଟଣାକ୍ରମରେ ଅ'ମଣିଷ

ସୁସଞ୍ଚ ଦିଶେ ଏହି ଜଉ କଣ୍ଢେଇ ନାଚ

ଦେବତା ଦାନବ ଗନ୍ଧର୍ବ କିନ୍ନର ରାକ୍ଷସ

 ଦେଖୁ ଦେଖୁ ବିଲୁପ୍ତ ପ୍ରାୟ ସବୁ ସମ୍ପର୍କ

 ଧରଣୀ ବୁକୁରେ ଜାତ ହୁଏ ସନ୍ତାନ ନାଟ

 ଲିଭିଯିବା ପାଇଁ ହେଲା କି ତୁମ ମନସନ୍ତାପ

 ଶ୍ମଶାନ ଦୃଶ୍ୟ ଦେଖିବାକୁ ମିଳେ ସଦଚିତ୍ତେ

  ମନ ଖୋଜିଲାନି ପାଇଯିବି କି'ଟିକେତାପ

ଅନ୍ଧାର ଦିଶୁଛି ଉଜ୍ଜଳ ଥିବା ଏଇ ଜୀବନ

ଆଶାବାଡି ହଜିଗଲାନି କଣ କରିବି ପଣ

କରାଳ ରୂପରେ ସିଏ ଯିଏ ବସିଛି ଚାହିଁ

 ନେବାପାଇଁ ତାଙ୍କ ପାଖକୁ ପୁରା ବିକଳ ହୋଇ

ଅଦିନିଆ ବର୍ଷା ଦାଉ ସାଜିଥିଲା ଯେମିତି

ତୁମ ପାଖକୁ ଆସିବା ପାଇଁ ଆଜି ଡର ଲାଗୁଛି

ସେବକ ପଠାଇ ନେବକି ଆଜି ତୁମ ପାଖକୁ

 ରହିଯିବି ଶାନ୍ତ ସ୍ୱଭାବେ ଦୁଷ୍ଟ ନ ହେଲେ ନାହିଁ

ମହାଦେବ ତୁମେ ଗୁଣରେ ଅତି ନିରାଡମ୍ବର

ଭକତି ବିଶ୍ୱାସେ ଡାକନ୍ତି କିନ୍ତୁ ଜୀବନେ ଡର

ଦମ୍ବୁରୁ ଦେଖାଇ କରୁ ତୁ ସବୁ ପାପକୁ ନାଶ

 ଅଧିକ ଆଶା କରେ ଯେ କରୁ ସମୂଲେ ଅନ୍ତ

ଅଘୋର ବାବାଙ୍କ ଦର୍ଶନ ମୁଁ ଯେ କରିବା ପରେ

ଦର୍ଶନ କରିବି ଆତ୍ମାରେ ତୁମ ଚରଣ ତଳେ

ସତ ରଜ ତମ ତ୍ରିଶୂଳ କେବେ ସ୍ପର୍ଶ କରିବି

 ଆଜି ପାଇଁ ଥାଉ ଏତିକି ଆଉ କେତେକହିବି   


સામગ્રીને રેટ આપો
લોગિન