STORYMIRROR

SUKANTA KHANDA

Others

3  

SUKANTA KHANDA

Others

ମହା ଶିବରାତ୍ରୀ

ମହା ଶିବରାତ୍ରୀ

2 mins
611


ଆଜି ମହା ଶିବରାତ୍ରୀ 

ଚହଳ ପଡି଼ଲାଣି ଗାଁ'ଠୁ ସହର।


ମୁଁ କିଆଁ ନୀରବରେ ବସିବି

ବସି ଭାବୁଥିଲି ସ୍ବପ୍ନରେ ସ୍ବପ୍ନରେ

ଆନ୍ଦୋଳିତ ହେଉଥିଲା ମନ ଆଉ ହୃଦ।


ମୋର ନୀରବତାକୁ ଦେଖି ସ୍ବାମୀ କହିଲେ

ଏମିତି ତୁଚ୍ଛାଟାରେ କାହିଁକି..?


ଦେଖୁନ ! 

ସାରା ଆକାଶଟା କଳାପାଟ ପିନ୍ଧିଛି

ତାରା ବି ଗୋଟିଏ ଫୁଟିନି

ସେଇ ପଦ୍ମଫୁଲ ପରି କୁଆଁ ତାରାଟା ବି ନୁହେଁ?


ମୁଁ କହିଲି ସ୍ବାମୀ ମୋର ଉଜାଗର ଦରକାର

ଉଜାଗର ରହିଲେ 

ଶିବ ମହାପ୍ରଭୁ ଉଭା ହୋଇଯାନ୍ତି

ସାକ୍ଷାତ ଦର୍ଶନରେ କରାନ୍ତି ପରିପୂର୍ଣ୍ଣ

ସେଇ ଯେ ଶବର 

ବେଲପତ୍ର ପକାଉ ପକାଉ...।


ଟାଣି ଆଣି କହିଲି ପ୍ରିୟେ

ସବୁ ଗୋଟେ ଡାହା ଭେଳିକି

ଗୋଟେ ମିଛ ମାୟା ମରୀଚିକା

ତୁମେ ଭ୍ରମିତ ନୁହଁ ତ..?


କଥା ଶୁଣି ନୀରବ ରହିଲି

ଆଖିରୁ ବୋହୁଥିଲା ପାଣି 

ସ୍ବାମୀଙ୍କ ସାମ୍ନାରେ ସାହସ ନ ଥିଲା 

ପ୍ରତ୍ଯୁତ୍ତୋର ଦେବାକୁ।


ମୁଁ ବୁଝିଲି ପତ୍ନୀଙ୍କର ଅଭିଳାଷ

ନାହିଁ ନ କରି ସହଯୋଗର ହାତ ବଢେ଼ଇଲି

ଯାହା ଜଣେ ସ୍ବାମୀର କର୍ତ୍ତବ୍ଯ।


ପତ୍ନୀ ଭାରି ଖୁସି ଯେ ସ୍ବାମୀ ତାଙ୍କୁ ଭଲ ପାଉଛନ୍ତି

ଯେମିତି ଦେହର ଛାଇ

କ୍ଷୀର ଆଉ ନୀର।


ମୁଁ ବାହାରି ପଡି଼ଲି ମନ୍ଦିରକୁ

ଯେଉଁଠି ଶହଶହ ନାରୀ ବି ରୁଣ୍ଡ ହୋଇଥିଲେ

ବସି ଦୀପ ଜଳେଇଲି

ମହାଦୀପ ଉଠିଲା ଚୂଳକୁ ତ

ପ୍ରଣାମ ଓ ପ୍ରସାଦ ଖାଇ

ସଭିଏଁ ଚାଲିଗଲେ ଘରକୁ

ମୁଁ କିନ୍ତୁ ଆଖି ବୁଜିଥିଲି କୁଆଡ଼କୁ ନଜର ନ ରଖି।


ସାରା ରାତିଟା ଖାଁ..ଖାଁ.. ଲାଗୁଥିଲା।


ମୋତେ କିଏ ଟାଣି ନେଇଗଲା

ଯେମିତି ବାଘ ମାଡି଼ବସେ ମୃଗୁଣୀକୁ

ମୁଁ ଚିତ୍କାର କଲି 

ହେଲେ କେହି ବି ନ ଥିଲେ ପାଖରେ।


ମୋର ଯାହା ସୁନ୍ଦର ସବୁ ଝିଙ୍କି ନେଇଗଲା 

ସେ ପୂଜାରୀ ବୁଢା଼ଟା 

ଯାର ପତ୍ନୀ ସଂସାରରେ ନ ଥିଲା

ସାଇତି ରଖିଥିବା ବିହନକୁ

ବୁଣିଲା ମୋର କିଆରିରେ।


ମୁଁ ଅପୁତ୍ରିକ ଥିଲି

ବାଞ୍ଝ କହୁଥିଲେ ସଭିଏଁ 

ଏ ପୂଜାରୀ ଦିନେ କହିଥିଲା 

ଆଉ ଲୋଲୁପ ଦୃଷ୍ଟି ବି...।


ମୁଁ ଭାବିଲି କି

ଏ ନୀଚ୍ଚତା,ଏ ଅପକର୍ମ  

ଅବଶ୍ଯ ପଦାକୁ ଆସିବ

ଆଉ ସ୍ବାମୀ ଜାଣିଲା ପରେ

କ'ଣ ଖୁସି ମନେଇବ?


ମୁଁ ଆତ୍ମହତ୍ଯା କଲି ମନ୍ଦିର ବେଢା଼ରେ

ଯେଉଁଠି ଦରବୁଢା଼ ପୂଜାରୀ

ଅଟକାଇ କହୁଥିଲା

ଆତ୍ମହତ୍ଯା ମହାପାପ।


ଅଥଚ ଧର୍ଷଣ କି ପୂଣ୍ଣ୍ଯ ହୋଇଥାଏ?


ମୁଁ ଟାଣି ଆଣିଲି ଶିବଙ୍କ ତ୍ରିଶୂଳ 

ହତ୍ଯା କଲି ନିଜେ ହିଁ ନିଜକୁ।


ମନରେ ଥିଲା ଅସରନ୍ତି ଭାବନା 

ଯଦି ମହା ଶିବରାତ୍ରୀ ସତ୍ଯ

ସତ୍ଯ ଯଦି ଏ ଶିବ ଠାକୁର

ତେବେ ଉଭା ହୋଇଯିବେ।


ହେଲେ କାହିଁ

ଧର୍ଷଣ ସମୟରେ ନା ଆତ୍ମହତ୍ଯା କାଳରେ?


ମୃତ୍ଯୁ ସତ୍ଯ ଆଉ ଚିରନ୍ତନ

ଯିଏ ହସି ଡାକୁଥିଲା

ଅଥଚ ମହା ଶିବରାତ୍ରୀ ନାମରେ

ଘିଅ ଆଉ ମହୁ ଢାଳିବା

ଲୋକ ଦେଖେଣିଆ,ନୁହେଁ?


ମୁଁ ଆଜି ଆର ପାରିରେ।


ହେ ମହା ଶିବରାତ୍ରୀ 

ଆପଣ ହିଁ କୁହନ୍ତୁ ତ

ଏ ନାରୀର ଦୀର୍ଘ ଭବିଷ୍ଯତ କ'ଣ ଏଇଆ?

           



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍