Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

1.5  

Sadananda Sahoo

Others

ମହା ଶିବ ରାତ୍ରୀ

ମହା ଶିବ ରାତ୍ରୀ

2 mins
865


ଓମନମଃ ଶିବାୟ ମୁକ୍ତେଶ୍ବରାୟ

ଆଜି ଉଜାଗର ପରବ

ତ୍ରୀଭୁବନେଶ୍ବର ନୀଳକଣ୍ଠାୟ

ଘେନହେ ଭକତି ଅର୍ଘ୍ୟ ! !


ମହାର୍ଘ୍ୟତିଥିର ଏ'ମହାପ୍ରଦୀପ

ତମଷା କରିବ ଦୂର

ଦିଅ ଶୁଭଆଶିଷ ପ୍ରଭୁ ମହେଶ

ହସିଉଠୁ ମର୍ତ୍ତ୍ୟପୁର ! !


ନୀଳକଣ୍ଠ ବିଘ୍ନେଶ ମହିମା ସତ୍ୟ

ଗରଳ ଆକଣ୍ଠ ମିତ

ବିମୋହିତ ତବକାର୍ଯ୍ୟେ ଦେବଗଣ

ହେ'ପ୍ରଭୁ ଶ୍ମଶାନ ସୁତ ! !


ଭାରତବର୍ଷର ସର୍ବ ଶୈବପୀଠ

ଉତ୍ସବ ମୁଖର ଆଜ

ଆଲୋକେ ସଜ୍ଜିତ ପୁଷ୍ପେ ବିଭୂଷିତ

କୈଳାଶ ନିଳୟ ଭୁଜ ! !


ମହାଶିବରାତ୍ରୀ ସୃଷ୍ଟିରେ ଏ'ଖ୍ୟାତି

ପରଂଦେବ ଜ୍ୟୋତିବ୍ରହ୍ମ

ଆହେ'ଲିଙ୍ଗରାଜ ଆହେ'ଲୋକନାଥ

ଦୂରକର ସର୍ବବିଘ୍ନ ! !


ଭକତ ଜନର ତୁମ୍ଭେହିଁ ପ୍ରିୟର

କୃପାମୟ ପ୍ରଭୁ ବିଭୁ

ରୋଗଶୋକ ଦୁଃଖ କରହେ ହରଣ

ଭକ୍ତଜନ ହସିଉଠୁ ! !


ବ୍ରହ୍ମଲୋକେ ଖ୍ୟାତି ତୁମ୍ଭରି ଶକତି

ସତ୍ୟ ଶିବ ସୁନ୍ଦରମ

ତ୍ରିପୁର ବିଜୟୀ ପ୍ରଭୁ କାଳଜୟୀ

କେ'ହେବ ତୁମରି ସମ ! !


ଆହେ ମୃତ୍ଯୁଞ୍ଜୟ ଭାଗ୍ୟବିଧାୟକ

ପ୍ରଜ୍ଜ୍ଵଳିତ ବହ୍ନିଧାରା

ବ୍ରହ୍ମ ଦୀପଶିଖା ମହିମା ପ୍ରଶାଖା

ଭକତର ସ୍ଵପ୍ନତାରା ! !


ସୁରମ୍ୟ ମନ୍ଦିର ଭକ୍ତି ସମର୍ପଣ

ମୁକ୍ତେଶ୍ବର ଜ୍ଞାନପୀଠ

ଆମ କାରାଆବାସର ବିଭବ ସମ୍ପଦ

ସର୍ବଜନ ପରିତୁଷ୍ଟ ! !


ହେ' ଶିବଶଙ୍କର ପରମ ଈଶ୍ଵର

କରୁଛୁ ବିନତୀ ଅଳି

ଛତ୍ର ଛାୟା ତଳେରଖ ମହାମୟ

ବୋଳି ଦେଇ ତବ ଧୂଳି ! !


ସଦାନନ୍ଦ ସାହୁ , ଧୁରୁଷିଆ , କଟକ !


Rate this content
Log in