ମେଘ
ମେଘ
1 min
319
ମେଘରେ ମେଘ ଆକାଶେ ଭାସୁ
ପ୍ରଖର ତେଜେ ମାଡ଼ି,
ପବନ ସଂଗେ କୌତୁକ ରଙ୍ଗେ
ଯାଉଥାଉ ତୁ ଉଡ଼ି l
ନୀଳ ଆକାଶ ତୋହର ପଥ
କଳା ରଙ୍ଗ ତୋ ଦେହ,
ଜଳ ବର୍ଷଣ ଶୋଭାକୁ କ୍ଷଣେ
ଜନ ମତି ତ ମୋହ l
ମେଘତୁ ଆଣି ସଲିଳ ବାୟୁ
ସାଥୀରେ ଯାଉ ଉଡ଼ି,
ଘଡ ଘଡିର ତେଜ ଗର୍ଜନ
ଲଗାଉ ବର୍ଷା ଝଡି l