ମଧୁର
ମଧୁର
ଯଦି
କହି ଜାଣିବା କଥା
ବାନ୍ଧି ଜାଣିବା ମଥା
ସ୍ୱଚ୍ଛ ଓ ପବିତ୍ର ଯେମିତି ଗଙ୍ଗାଜଳ।
ମଧୁର ତ ସିଏ
ଯିଏ ହସିଦେଲେ ପେଟ ପୂରିଯାଏ
ଯେମିତି କୁସୁମ ସୁବାସ
ଓ ଶିଶୁର ଦରୋଟି ହସକୁ
ପିଇ ଦେଲେ ପେଟ ପୂରିଯାଏ
ଯେମିତି ପଇଡ଼ର ଜଳ।
କୁସୁମ ପଇଡ଼ ଓ ଶିଶୁ
ଗୋଟେ ମଧୁରତା ଗୋଟେ ଆନନ୍ଦର ଭାବ
ସୁଖ ଶାନ୍ତି ସନ୍ତୋଷ ଓ ପବିତ୍ରତା
ଯେଉଁଠି ସର୍ବଦା କଳକଳ ଓ ଛଳଛଳ
ତିକ୍ତତା ଆସିବ କେଉଁଠି?
କହୁଥିଲେ ଅଜା ଶୁଣୁଥିଲା ନାତି
ନାତିଙ୍କର ଅନ୍ତର୍ମନରେ ଶପଥ
ସେ ମଧୁର ହୋଇବ
ଯେମିତି କେହି ବି
ତିକ୍ତତା ଅନୁଭବ କରିବେନି।
ଆଜି ଅଜାଙ୍କ ଆଖିରେ ଆନନ୍ଦର ଚିହ୍ନ
ନାତିର ମଧୁର ବଚନରେ
କର୍ମ ତା ସମୟାନୁବର୍ତ୍ତିତାରେ।
ଅଜା ଈଶ୍ୱରଙ୍କୁ କୋଟିଏ ପ୍ରଣାମ
ଯାହାଙ୍କ ଇଚ୍ଛା ବିନା
ପତ୍ରଟିଏ ହଲେନା
ଆଉ ନାତିକୁ ବି କୋଳେଇଲେ
ମନ ଇଚ୍ଛା କେତେ।