STORYMIRROR

Sudruma Panda

Others

4.3  

Sudruma Panda

Others

ମଧୁର ବିନୟ ବଚନ

ମଧୁର ବିନୟ ବଚନ

1 min
230


ମଧୁର ବିନୟ ବଚନ,  

କହି ତୋଷିବ ଜନ ମନ ।।

କୋମଳ ବଚନ ଅମୃତ,

ପାନେ ସନ୍ତୋଷ ହୁଏ ଚିତ୍ତ ।।

ଶୁଣିଲେ କୋମଳ ବଚନ,

ଶତ୍ରୁ ବି ବଦଳାଏ ମନ ।।

କୋମଳ ବାକ୍ୟର ପ୍ରଭାବ,

ମିତ୍ରତା କରଇ ସୁଲଭ ।।

ମିଷ୍ଟ ବଚନ ଅଟେ ସାର,

ପ୍ରତି ହୃଦୟେ କରେ ଘର ।।

କଟୁ ବଚନେ ଭାଙ୍ଗେ ମନ,

ଆମନ୍ତ୍ରି ଆଣଇ ଦୁର୍ଦ୍ଦିନ ।।

ଅନ୍ୟ କୁ ଖୁସି ଦେବା ଯେବେ

କୁବାକ୍ଯ କହିବା ନି କେବେ ।।

କୁବାକ୍ଯେ ଭାବ ନାଶ ଯାଏ,

ନିଜ ଲୋକ ବି ପର ହୁଏ ।।

କିଣି ପାରିଲେ ଅନ୍ୟ ମନ,

ସହଜେ ମିଳଇ ସମ୍ମାନ ।।

ନ ଦିଅ ପଛେ କିଛି ଧନ,

ନ କହ କାରେ କୁବଚନ ।।

ଧନ କ୍ଷମତା ଠାରୁ ଶକ୍ତ,

ମଧୁର ବଚନ ପ୍ରତ୍ୟକ୍ଷ ।।

ବିନୟ ସ୍ବଭାବ ଯାହାର,

ଧନ୍ଯ ଅଟଇ ସେହି ନର ।।

ବିନୟେ କାର୍ଯ୍ୟ ସିଦ୍ଧ ହୁଏ,

ବିନୟୀ, ସର୍ବ ପ୍ରିୟ ସିଏ ।।

ଭାଗବତ ର ଭାବ ଏହି,

ପଢି ଶୁଣନ୍ତେ ତୋଷ ହୋଇ ।।

ଏହି ଭାବର ଅନୁରାଗେ,

ପଦ ଯୋଡିଲି ମୁଢ ଭାବେ ।।

ଲେଖାରେ ଭ୍ରମ ରହିଥିଲେ,

ସୁଦ୍ରୁମା କ୍ଷମା ମାଗେ ଭଲେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍