ମଧୁର ବଚନ
ମଧୁର ବଚନ
ମଧୁର ବିନୟ ବଚନ।କହି ତୋଷିବ ଜନ ମନ ।।
ଭାଗବତ- ଜଗନ୍ନାଥ ଦାସ# ୧
****************
ଯାର କଥାରେ ବିଷ ଝରେ।ସର୍ବେ ରୁହନ୍ତି ତା'ଠୁ ଦୂରେ।।
ଯେ ଜନ ମିଷ୍ଟ ଭାଷା କହେ । ସ୍ନେହ ଆଦର ସେହି ପାଏ।।
ସତ୍ୟ ବଚନ ଯେ କହଇ। ଦୟା କ୍ଷମାକୁ ଆଚରଇ।।
ମନରେ ମିତ୍ର ଭାବ ରଖଇ। ପର ଆପଣା ନ ଭାବଇ।।
ଭୋକିଲା ଜନେ ଅନ୍ନ ଦେଇ।ରୋଗୀଙ୍କ ସେବା କରୁଥାଇ।।
ବୃଦ୍ଧ ବାଳୁତ ସମ ମଣି।ଯତ୍ନ କରଇ ମନ ଜାଣି ।
ବିପଦ ବେେଳେ ପାଖେ ରହି ।ଅବିରତେ ସାହା ହୁଅଇ।
ସମସ୍ତଙ୍କୁ ସମାନ ମଣେ।ଉଚ୍ଚ ନୀଚ ନ ଥାଏ ମନେ।।
କର୍ମ କର୍ତ୍ତବ୍ୟ କରୁଥିଲେ।ଜୀବନ କଟି ଯିବ ଭଲେ ।
ସକଳ ଜନ ହେଲେ ଖୁସି।ଆଶିଷ ପଡ଼ିବ ବରଷି ।
ଦୁଇ ଦିନର ଏ ଜୀବନ।ସବୁ ଅସାର ମୂଲ୍ୟହୀନ।
ମନେ ସୁମରି ବିଭୂ ନାମ।ମଣିଷ ଜନ୍ମ କର ଧନ୍ୟ ।
କର୍ମ ତପସ୍ୟା ପୂଣ୍ୟ ବଳେ।ମଣିଷ ଜନମ ଯେ ମିଳେ।
ନର ଦେହରେ ନାରାୟଣ।କରନ୍ତି ଲୀଳା ପ୍ରତିକ୍ଷଣ।
ତାଙ୍କ ଚରଣେ ଦେଇ ମନ। କରିଯିବା ସୁକର୍ମ ମାନ।।