STORYMIRROR

Jagabandhu Sahu

Others

3  

Jagabandhu Sahu

Others

ମଧୁଚନ୍ଦ୍ରିକା

ମଧୁଚନ୍ଦ୍ରିକା

1 min
213

କୁହୁକ ଦ୍ବୀପର  ରାଜକନ୍ୟା ତୁମେ

   ରୂପରେ ଲାଗ ଗୋ ପରୀ

ରୂପରେ ଗୁଣରେ ତୁମ ସାଙ୍ଗେ ପ୍ରିୟା

    ହେବ ନାହିଁ କିଏ ସରି


କଣେଇ କଣେଇ ଚାହିଁ ଦିଅ ଯେବେ

    ମନ ହୁଏ ବାଟବଣା

ରୂପ ଲାବଣ୍ୟରେ ବିମୋହିତ ହେଲି

    ପଡିଲାନି କିଛି ଜଣା


କଳାମେଘି କେଶ  ଲାଗଇ ସୁନ୍ଦର

     ମୁଖଟି ଚାନ୍ଦ ପରିକା

ଦେଖିଲେ ଲାଗୁଛି ସତେ କି ଯେମିତି

     ତୁମେ ମୋ ମଧୁଚନ୍ଦ୍ରିକା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍