STORYMIRROR

Sanjya Tripathy

Others

3  

Sanjya Tripathy

Others

ମୌସୁମୀ

ମୌସୁମୀ

1 min
152


ଅଭୁଲା ଅତୀତର ବିଦୀର୍ଣ୍ଣ ହୃଦୟରେ

ପ୍ରଥମ ପ୍ରେମର ପହିଲି ପରଶ

ପ୍ରଥମ ଦେଖାରେ ଅତି ଆପଣାଇ ନେଇଥିବା ପରମ

ବାଧବୀ

ସେ ଅପୂର୍ବା ପ୍ରିୟାର ପଣତ କାନିରେ

ଅସତି ଆକାଶ- ନୀଳ ଜହ୍ନ ରାତି

ଆକୁମାରୀ ହିମାଚଳ ଅଶୀତ- ଜ୍ବଳ୍ତ ନାଗରିକତା।

ପ୍ରସଂଗ

ଗଣଧର୍ଷିତା ମୌସୁମୀ- ବହୁଭୋଗ୍ୟ ମୌସୁମୀ-

ପଥଭ୍ରଷ୍ଟା ଶାମୁକା

ପରକୀୟା ପ୍ରୀତିର ନାୟିକା ମାଂସର ଆମନ୍ତ୍ରଣରେ

ପର୍ଯ୍ୟବେଷିତା

ଅନ୍ୟତ ଯୌବନା ଅପରୂପା ଅପସରା

ଡାକେ ଡାହୁକ ଚାଖେ ଚାତକ

ସାତରୁ ସତୁରୀ- ଅଲାଜୁକ ସାବଧାନ

ନଷ୍ଟ ଗ୍ୟଧର୍ବ ଦିଗଭ୍ରଷ୍ଟ ମାନବ

ଅସହାୟ, ଅଭିଶପ୍ତ କିନ୍ନରର ଅସ୍ତିତ୍ୱର ସଂଘର୍ଷ

ସମୟର ଉଜାଣି ଯମୁନାରେ ସୁଅ ମୁହଁର ପତର

ଦେହାତୀତ ପ୍ରେମର ଆରାଧ୍ୟ ଶ୍ରୀରାଧା

ଅଂଧଗଳିର ଅସୂର୍ଯ୍ୟଂପଶ୍ୟା ଗଣିକା ନାୟିକା

ପ୍ରୀତିଲିପ୍ତ, ପ୍ରୀତିକ୍ଷରା ସୁରଭୀର ସୁରଭିତ ମହକ

ମହୁଲି ମତୁଆଳ ବନ ବିରଂଗୀ ଚପଳା ଚଳା

ସୁବର୍ଣ୍ଣଦ୍ୱୀପର ପ୍ରବାଳ ପୁରୁଷକୁ

ସତ୍ୟାନ୍ୱେଷୀ ପର୍ଯ୍ୟବେକ୍ଷଣ

ଚିରଂତନୀ ପ୍ରକୃତିର ସୀମନ୍ତିନୀ ଔଜଲ୍ୟ

ଏଣ୍ଡୁଅର ଉଦାତ ଔଦାର୍ଯ୍ୟ

ବୁଦ୍ଧକ ସ୍ମିତ ହାସ୍ୟରେ ବେଥଲେହେମର

ଜନ୍ମ ରାଗିଣୀ

ସଂଗଳାୟନର ପ୍ରକ୍ଷେପିତ ଅଟକଳରେ

ଭୋକର ଭୂଗୋଳ

ପ୍ରେକ୍ଷାଳୟରେ ପ୍ରେତର ପୁନର୍ଜନ୍ମ-

ଅସୀମ ମୌସୁମୀର ଆତ୍ମଗୋପନ

କାହାଣୀରେ ଝରିଆସେ ବିଶ୍ଵମାନବିକତାର

ଗଭୀର ଅଂତଃସ୍ଵର

ଘନକୃଷ୍ଣ ରାତ୍ରିର ନିସ୍ତବ୍ଧ ପ୍ରହରରେ

ହଠାତ୍ ମୁଁ ବାହାରି ଆସେ

ପ୍ରିୟାର ନିବିଡ ଆଲିଂଗନରୁ ଆଟୋପସୀ ବଂଧନରୁ

ରତିକ୍ରାନ୍ତ ଅବସନ୍ନ ଅବୟବରେ ରକ୍ତ

ଗୋଲାପର ଲାଳିମା

ଘନ ଘନ ଚୁମ୍ବନ ଓ gଭନରେ ଧ୍ବସ୍ତା

ବିଧ୍ୱସ୍ତା ମୌସୁମୀ

ସଂଭୋଗ ସଂଜାତ ଚିତାଧାରାରେ ଚିରଭ୍ୟସ୍ତା ସୁରଭୀ

ସୁନ୍ଦରୀ ନାରୀର ଅପରୂପ ସୌନ୍ଦର୍ଯ୍ୟ ବି

ଦିନେ ନଷ୍ଟ ହୋଇଯାଏ ଫେସନର ରେଣୀରେ

ଆଦିଭୋଗ୍ୟ ମୌସୁମୀର ମୃଣୀ ମାୟାରେ

ନୀଳତୃଷିତ କଳିଙ୍ଗ ହଜିଯାନ୍ତି ଝାଉଁବଣର

ଇଂଚ ପୂଭୂମିରେ

ଡ୍ରାସିତ ବିବେକ- ଦୂରସଂବେଦୀ ହୃଦୟ ଓ

ଆବିଳ ଆତ୍ମାର

ପ୍ରତିଧ୍ବନୀ ଭାସି ଆସେ ଦର୍ପଣର ଫଟା

କାଚରେ- କବିର ଚିରାଫଟା କବିତାରେ

ଚେତନାର ଅତୀନ୍ଦ୍ରିୟ ସ୍ତରରେ ପୁନର୍ଜନ୍ମ ଲଭେ ପ୍ରେତ

ବୁଢ଼ାରଜାର ଗର୍ଭ ଗହ୍ୱରରୁ ଆତ୍ମପ୍ରକାଶ କରନ୍ତି

ରାମ, ଗୀଧୀ, ସୁରେନ୍ଦ୍ର, ଗୋପବନ୍ଧୁ ଓ ରଂଗାଧର

ସାମୂହିକ ଆତ


Rate this content
Log in