ମୌସୁମୀ
ମୌସୁମୀ
ଜ୍ୟେଷ୍ଠ, ଆଷାଢ଼, ଶ୍ରାବଣ, ଭାଦ୍ର,
ମୌସୁମୀ ପ୍ରଭାବ କେଡ଼େ ବିଚିତ୍ର।
ନିଦାଘ ଦାରୁଣ ରୌଦ୍ର କଷଣ,
ଶୀତଳ ବରଷା ଜଳ ସିଞ୍ଚନ ।
ଗଗନ ରାଇଜେ ବଜାଇ ବାଜା
ଭାସୁ ଥାଏ ସେଠି ସେ ମେଘ ରଜା ।
ଆଲୋକର ଝଟା, ବିଜୁଳିର ଛଟା,
କେବେ କି ସୁନ୍ଦର କେବେ ବୁକୁ ଫଟା।
ଜୀବଜୀବନର ସ।ହ।ଯ୍ୟକାରୀ,
ବର୍ଷାଋତୁ ଅଟେ ଆଶାର ବାରି ।
ଉଦ୍ଭିଦ ଜଗତ ହୋଇଣ ପୁଷ୍ଟ
ପ୍ରାଣୀ ଜଗତକୁ କରନ୍ତି ତୁଷ୍ଟ।
ଚତୁର୍ମ।ସ୍ୟା କାଳ ଆଷାଢ଼ ଆଦ୍ୟ,
ଯେତେ ବ।ଢୁଥିବ ସେତେ ନୈବେଦ୍ୟ।
ପୁରାଣ ଶ୍ରବଣ ଶ୍ରୀ ହରି କୀର୍ତ୍ତନ,
ବର୍ଷାକାଳ ବୋଳେ ହୃଦେ ଚନ୍ଦନ।
ଆଷାଢ଼ ମାସର ରଥ ଯାତରା,
ଜଗନ୍ନାଥ ଦାଣ୍ଡେ ଆସନ୍ତି ପରା ।
ଦୁଃଖୀ,ରଙ୍କି ସବୁ ଦର୍ଶନ କରନ୍ତି
ଦେବତା ସରଗେ ବାଜା ବଜାନ୍ତି।
ରଧାଗୋବିନ୍ଦ ଙ୍କ ଲୀଳା ଉତ୍ସବ,
ଝୁଲଣ ଯାତରା କି ଅନୁଭବ।
ଶ୍ରାବଣ ମାସରେ ପଡେ ପରବ,
ରଙ୍ଗ ଫରୁଆରେ ପ୍ରେମ ବିଭବ।
ପ୍ରେମିକା ଭାଷାକୁ ପ୍ରେମିକ ପାଶେ,
ମେଘ ବୋହିନେଇ ଗଗନେ ହସେ ।
ବିରହ ଯନ୍ତ୍ରଣା ହୁଏ ଲାଘବ,
ଧନ୍ୟ ଧନ୍ୟ ତୁମେ ଦେବ ବାସବ।
ବର୍ଷା କାଳେ କଷ୍ଟ ପ୍ରେମୀ ଯୁଗଳେ,
ଦୂରେ ରହିଥିଲେ ଏକଠୁ ଆରେ ।
ହୃଦରୁ ନିଗିଡେ ଉତପ୍ତ ଲହୁ,
ଅଶ୍ରୁ ବହିଯାଏ ଚକ୍ଷୁ ନିଳୟୁ ।
କାମନା କଷଣ ପ୍ରେମୀ ଟି ଜାଣେ,
ପ୍ରେମାତୁର ହୋଇ କେତେ ସେ ଭଣେ ।
ପ୍ରେମହିଁ ବିଶ୍ୱାସ ପ୍ରେମ ହିଁ ଶାଶ୍ଵତ,
ପ୍ରେମ ବିନା ମିଥ୍ୟା ଅଟେ ଏ ଜଗତ।
ବର୍ଷା କାଳ ଅଟେ ପ।ଦପ ମିତ୍ର,
ମାତ୍ର ଭାଙ୍ଗିବ ବନ୍ଧ, ନୁହେଁ ବିଚିତ୍ର।
ଉଛୁଳେ ତଟିନୀ ବକ୍ଷ ଫୁଲ।ଇ,
ସାଗର ସାଙ୍ଗରେ ମିଳନ ପାଇଁ।
