STORYMIRROR

BHABAGRAHI TRIPATHY

Others

4  

BHABAGRAHI TRIPATHY

Others

ମୌସୁମୀ ଫେରାର

ମୌସୁମୀ ଫେରାର

1 min
160


 ମୌସୁମୀ ଗୋ ତୁମେ ଫେରାର ହୋଇଲ 

 ଉତ୍ତପ୍ତ ହୋଇଲା ଧରା 

 ଘରୁ ବାହାରିବା ବଡ଼ କଷ୍ଟ ଆଜି

 ମୁଣ୍ଡଫଟା ଟାଣ ଖରା


 ଡ଼ହ ଡ଼ହ ଖରା ତାତିଲା ପବନ

 ବୈଶାଖର ପରି ଲାଗେ

 ଦେହରୁ ବୋହୁଛି ଗମ ଗମ ଝାଳ

 ଚିଡିଚିଡା ଭାରି ଲାଗେ 


 ବୈଶାଖୀର ଝାଞ୍ଜି ପବନ ବୋହୁଛି

 ଲାଗୁନି ଭାଦ୍ରବ ମାସ 

 ଶ୍ରାବଣ ମାସ ଯେ ଚାଲିଗଲା ପରେ

 ଧରା ହୁଏ ତ୍ରାସ ତ୍ରାସ


 କାଦୁଆ ଘିମିରି ଅସ୍ତବ୍ୟସ୍ତ କରେ 

 ରୌଦ୍ର ତାପ ଉଷ୍ମତାରେ

 ଗ୍ରୀଷ୍ମ ପ୍ରବାହରେ ଇତସ୍ତତଃ ଜନ

 ତିଳ ତିଳ ଜଳି ମରେ


 ବୈଶାଖୀ ପ୍ରଭାବେ ଲୁଚନା ଗୋ ଆଉ

 ମୌସୁମୀ ଜଳଦ କନ୍ୟା

 ଆସ ଅବତରି ଏଇ ଧରା ଧାମେ   

 ହେଉ ବସୁନ୍ଧରା ଧନ୍ୟା


 ମୌସୁମୀ ଗୋ ତୁମ ଫେରିଆସ ଥରେ

 ଚାଷୀ କୂଳ ଚିନ୍ତାକର 

 ଏଡିକି ନିର୍ଦ୍ଦୟ ହୁଅ ନାହିଁ ତୁମେ

 ଧରା ଉତ୍ସବ ମୁଖର


 ମୌସୁମୀ ଗୋ ତୁମେ କରନି ଛଳନା

 ଛୁଇଁ ଯାଅ ଆସି ଥରେ

 କର ମେଘ ସୃଷ୍ଟି ହେଉ ଏବେ ବୃଷ୍ଟି

 ଆସି ପୁଣି ଆଉ ଥରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍