ମାୟାପୁର
ମାୟାପୁର
କି କହିବି ସଖୀ !
ମାୟା ଲାଗିଛି ଲୋ
ମାୟାପୁରେ ମୋର,
ଛାଡି ଏପଟର ମାୟା
ବଳେଇଛି ମନ
ଯିବି ମୁହିଁ ମାୟାପୁର ।
କି ସୁନ୍ଦର ଅବତାର
ସତେ କି ଲୋ ସେ
ଆମ କାଳିଆ ଠାକୁର ?
ମୋଟାମୋଟି ପ୍ରାୟ ଛଅଶ’ ଏକର
ତୋଳା ହୋଇଛି ତା’ ଭବ୍ଯ ନଅର ।
ସେ ମନ୍ଦିରେ ବିଜେ ଜଗତ ଠାକୁର
ମନମୋହକ ତା କୃଷ୍ଣ ଅବତାର ।
ଜଳଙ୍ଗୀ ନଦୀର କୁଳୁକୁଳୁ ଗୀତ
ଶୁଣିଲେ ସଖୀ ତୁ ହେବୁ ପୁଲକିତ ।
ତୀର୍ଥ ଯାତ୍ରୀଙ୍କର ପଦପାତ ପାଇ
ହୁଲର ଘାଟଟି ସରାଗେ ଫୁଲଇ ।
ପହିଲେ ଦେଖିବା ଭଜନ କୁଟୀର
କର୍ଣପଟ ହେବ ପବିତ୍ର ଆମର।
କୃଷ୍ଣ ଭଗବାନ, ପୁଣି ଶିଳା ପ୍ରଭୁପାଦ
ଲଭିଲେ ଦର୍ଶନ, ନେତ୍ର ହେବ ଧନ୍ୟ ।
ବୈଦିକ ତାରାଘର ନାମଟି ଶୁଣିଛି
ଦେଖିବାକୁ ଆଣ୍ଟ ମନ ମୁଁ କରିଛି ।
ଚାଲ ଲୋ ବଉଳ !
ଛାଡି ସଂସାର ମାୟା ମୋହ
ଯିବା ମାୟାପୁର,
କୃଷ୍ଣ ମାୟାରେ ହୋଇ ଛନ୍ଦି
ତୃପ୍ତ ହେବ ଏ ପ୍ରାଣପକ୍ଷୀ ।
