STORYMIRROR

Bunee Tripathy

Others

4  

Bunee Tripathy

Others

ମାୟା ସଂସାର

ମାୟା ସଂସାର

1 min
355


ସବୁଛାଡି ଯିବା ଦୁନିଆଁ ଦାଣ୍ଡରେ

କିଛି ନେବାନାହିଁ ସାଥେ

ଆସିଥିଲେ ଦିନେ ଲଙ୍ଗଳା ହୋଇଯେ

ଯିବାବି ଫୁଙ୍ଗୁଳା ସତେ।


ଜନମିଲା ବେଳେ ଜଳିଲା ଏନ୍ତୁଡି

ମୃତ୍ଯୁରେ ଜଳିବ ଚିତା

ଜନମିଲା ବେଳେ ବାରଯାତ୍ରା ହୁଏ

ମରଣେ ତ ବାରପତ୍ର।


କାହିଁ ପାଇଁ ତୁହି ଲୋଭେ ଲହଲହ

କରୁଅଛୁ ପାପ ଏତେ

ଧନ ଯଶ କ୍ଷାତି ରହିଯିବ ପଛେ

ଭୋଗିବେ ଇତର ଯେତେ।


ମାୟାର ସଂସାର ମିଛେ ବନ୍ଧା ଆମେ

ମିଛ ଅଟେ ସୁଖ ଦୁଃଖ

କପାଳେ ଯାହାତ ଲେଖିକି ଆସିଛେ

ଭୋଗିବା ନ ହୋଇ ରୁକ୍ଷ।


ଈଶ୍ବର ଇଙ୍ଗିତେ ଲଭିଛେ ଜନମ

କର୍ମ ଆମେ କରିଯିବା

ଇର୍ଷା ଦ୍ଵେଷ କେବେ ଆଣିବାନି ମନେ

ଏତିକି ତ ହେଜୁ ଥିବା।


ଫୁଲ ହୋଇ ଆମେ ଫୁଟିଛେ ଜଗତେ

ବାସ ଆମେ ବିତରିବା

ସଭିଙ୍କ ମନରେ ଖୁସିର ଅମୃତ

ଭରି ଆମେ ଚାଲିଯିବା।


ଗୁଣ ଜ୍ଞାନ ପରା ଦୁଇ ହାତ ତୋର

ସଭିଙ୍କୁ କରେ ଏକାଠି

ଅଧରେ ତୋହର ଲାଖି ଥାଉ ହସ

ଭାଷା ତୋର ଚାବିକାଠି।


ଶତୃ ବୋଲି କେବେ କରିବୁନି ଘୃଣା

ଜୀବନର ମହାମନ୍ତ୍ର

ଆଲିଙ୍ଗନେ ତାକୁ ବାନ୍ଧିବୁ ଅନ୍ତରେ

କହୁଅଛି ଆଜି ଶାସ୍ତ୍ର।


ସମ୍ପତ୍ତି କହିଲେ ଧଳା ଚାଦରଟି

ସାଥେ ଆମ ଜଳିଯିବ

ତୁଳସୀ ନିର୍ମାଲ୍ୟ ଶେଷ ଜଳ ଆମ

ମୃତ୍ଯୁ ଦ୍ବାରେ ମୁଖେ ଥିବ।


କେହି ରହିନାହିଁ ସବୁଦିନ ଏଠି

ଯିବାକୁତ ଦିନେହେବ

କାହିଁ ପାଇଁ ଆମେ ଖେଳିବା ରକତେ

ହୋଲିର ସେ ମହାପର୍ବ।


ଆପଣାର ଭାବି ଯାହାକୁତ ଦିନେ

ସବୁକିଛି ସର୍ମପିଲୁ

ଶୁଦ୍ଧି କ୍ରିୟା ପରେ ସାରିବେ କର୍ତ୍ତବ୍ୟ

  ଭୁଲିଯିବେ ତୋର ମୂଲ।


Rate this content
Log in