ମାୟା ଖେଳ
ମାୟା ଖେଳ
1 min
387
ମାନବ ଜୋଡୀତ ସଦା ସର୍ବଦା,
ବନ୍ଧନ ମାୟାର ଘେରେ,
ମର୍ତ୍ୟ ଛଡା କିଏ ଅଛି ଯେ ତାରିବ,
ଭାବରଙ୍ଗ ଭୂମି ପରେ ।
ଜନ୍ମ ମୃତ୍ୟୁ ହିଁ ଜୀବନ ଚଳନ,
ଗ୍ରହ,ନକ୍ଷେତ୍ର ଜେଶନ,
ଘୁରି ଘୁରି ପୁଣି ,କକ୍ଷ ନ ଛାଡେ,
ବିମୋହିତ ହିଁ କାରଣ ।
ଜୀବନକୁ ଧରି ଭୋଗ ପ୍ରଧାନ,
ଭୋଗ ବିଳାଶର ନିଶା,
ଶରୀର ସର୍ବସ୍ବ ମାଟି ଯେ ଖାଇବ,
ମାଟି ହିଁ ଶରୀରେ ମିଶା ।
ଲକ୍ଷ ଭ୍ରଷ୍ଟ ହୁଏ ମନ, ଆତ୍ମା,ଜ୍ଞାନ,
ପଥ ଭ୍ରଷ୍ଟ ହୁଏ ଯୋଗ,
ଲାଳାୟିତ ହୋଇ କର୍ମ ଭୁଲିଯାଏ,
ମନ ଚାହେଁ ରାଜ ଭୋଗ ।
ବୀଜ ଠାରୁ ବୃକ୍ଷ,ଭୃକ୍ଷ ଠାରୁ ବୀଜ,
ଜୀବନ ଚକ୍ରର ତାଳ,
ଫୁଟୁ ଥିବା ଫୁଲ ଝଡି ପଡିବ ଯେ,
ସମୟର ମାୟା ଖେଳ ।
