ମାୟା ବନ୍ଧନ
ମାୟା ବନ୍ଧନ
ସଂସାର ଭିତରେ ଦେଇଣ ଜନମ
ବରିନେଲ ତୁମେ ଯଶ
ତୁମ କର୍ମ ତୁମେ ସାରିଦେଲ ବୋଲି
ମନେ ନାହିଁ ଅବଶୋଷ।
ସଂସାର ସାଗରେ ଉବୁଟୁବୁ ହେଇ
ପାଉନାହିଁ ଥଳକୂଳ
ସ୍ବାର୍ଥର ସାରଥି ସଭିଏଁ ତ ଜନ
ଦେବାପାଇଁ ନାହିଁ ମୂଲ।
ସବୁଦେଲ ମୋତେ କରିବାକୁ ଖୁସି
ତଥାପି ରହିଛି ଖାଲି
ଶୂନ୍ଯ ରଥ ମୋର ଶୂନ୍ୟ ପଥ ମୋର
ଶୂନ୍ଯରେ ହୁଏ ଅଣ୍ଡାଳି।
ରଚିଦେଲ ତୁମେ ଦେଇଣ ଉପମା
ହରସ ତ ଦେଲ ନାହିଁ
ମାୟା ବନ୍ଧନରେ ବାନ୍ଧି ଦେଲ ସିନା
ମୁକୁଳିବା ପଥ ନାହିଁ।
ହରି ହରି କେତେ ଡାକିଲେବି ତୋତେ
ପାରୁନି ପହଞ୍ଚି ପାଶେ
ଧନ ଯଶ କ୍ଷାତି ସବୁ ମୂଲ୍ଯହୀନ
ସବୁତ ତୋହରି ପାଶେ।
ଅଭିଯୋଗ ମୋର ଶୁଣିବାକୁ ପରା
କାପାଖେ ସମୟ ନାହିଁ
ତୋଛଡା ମୋହର ଅତି ଆପଣାର
କେହି ବୋଲି କେହି ନାହିଁ।
ଦରଦୀ ହୃଦୟ ଦୁଃଖ ଅପ୍ରମିତ
ଦେଖୁଦେଖୁ କିବା ସୋହୁ
ମରଣର ଫାସ ରହିଛିତ ଚାହିଁ
ଆଉ କିବା ଲାଭ କୋହୁ।
