STORYMIRROR

Sandhyarani dash

Others

3  

Sandhyarani dash

Others

ମାଟି

ମାଟି

1 min
222

ମାଟି ମାଆ ସିଏ ପ୍ରଥମ ମାଆଟି

ଏହି ଜଗତର ସିଏ,

ମଞ୍ଜି ଟିଏ ନେଇ ପୋତିଲେ ମାଟିରେ

ବୃକ୍ଷ ହୋଇ ସାହା ଦିଏ।

ମାଟି ମାଆ ପାଇଁ ବୃକ୍ଷ ବଢ଼ି ଉଠେ

ମନରେ ଥାଏ ଭିତ୍ତି

ଚେର ତାହା ଠାରୁ ପାଇ ଥାଏ ଖାଦ୍ୟ

ବଳ ପାଉଥାଏ ନିତି।

ଆହାର ଦିଏ ସେ ବାସସ୍ଥାନ ଦିଏ

ସଭିଙ୍କୁ କରି ନିଜର,

ଭଳି ଭଳି କେତେ ହାଣ୍ଡି ମାଠିଆ ଯେ

ମାଟିରେ ଗଢେ କୁମ୍ଭାର।

ଯାନ ବାହନ ସଦା ଯାଉଥାଏ

ତା ଉପରେ ଗଡ଼ି ଗଡ଼ି

ଆଜିର ମାନବ ଗଢେ ଅଟ୍ଟାଳିକା

ତା ଦେହ ଲଗାଇ ସିଡି।

ମାତୃ ଗରଭ ରୁ ଜନମ ହୋଇଲେ

ପ୍ରଥମ ଭୂମିରେ ପଡି

ମା ଜାଳି ଦିଏ ତାହାରି କୋଳରେ

ପିଲାଙ୍କ ନାମେ ଏନ୍ତୁଡି।

କର୍ଷଣ କଷଣ ସହି ଏଇ ମାଟି

ପାଉଅଛି ବଡ଼ କଷ୍ଟ,

ବୃକ୍ଷ ଛେଦନରେ ମଣିଷ ମାତିଛି

ବଢ଼ି ଯାଏ ତାର ରୀଷ୍ଟ।

ଜନମ ଦେଇଛି ଜୀବନ ଦେଇଛି

ଏଇ ଆମ ମାଟି ମାଆ,

ଅମେରେ ଆଣିବା ତା ପାଇଁ ସୁରକ୍ଷା

ଭୁଲିବାନି କେହି ଜମା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍