ମାଟି
ମାଟି
ସହସ୍ରାଂଶୁର ସହସ୍ର ତୀରରେ...
କ୍ଷତାକ୍ତ ହୁଏ ଯେବେ ପାହାଡ଼ର ଛାତି ;
ପବନଟା ଦୋହଲାଇ ଦିଏ ସ୍ଥାନୀୟମାନକୁ,
କୁଦାମାରେ ଜଳ ପୁଣି ସିକ୍ତକରି ତାତି ;
ଶକ୍ତଶିଳାର ହୄଦୟଟା କେତେ ଆଉ ସହିବ ଯେ !!
ସମୟାନ୍ତରରେ ଚାପିଥିବା ତା' ଅବ୍ୟକ୍ତ ବେଦନା ଗର୍ଭଟା -
ହଠାତ୍ ଆଁ କରି ଫାଟିଯାଏ...
ଆଉ ଚୁନାଚୁନା ସପନର ସାଇତା ଶେଯରେ ମୁଁ ଜନ୍ମନିଏ ।।
ରଂଗବେରଂଗର ରୂପ ନେଇ....
ଖେଳିଯାଏ ଧରଣୀର ସବୁଜିମା ଧାରେ;
ଜୀବନିର୍ଜୀବର ସାହାରାଟେ ସାଜି -
ପ୍ରାଣଭରେ କ୍ଷେତ,ବାଡ଼ିବଗିଚାର ଅମଳ ଭିତରେ ।।
କୋଳରେ ମୋ ଜନ୍ମ କେତେ....
ଶିଳ୍ପୀ, କବି, ଦେଶପ୍ରେମୀ ଓ ମହାପୁରୁଷ;
ପହିଲି ଆଷାଢ଼ର ବର୍ଷାରେ ଭିଜି -
ବାସଭରେ ତନୁମନ କରି ଶିହରିତ,
କୄତ ଅକୄତର ସର୍ଜନା ତୂଳୀରେ ଭେଟିଦିଏ...
ଏକ ନୂତନ ସମ୍ଭାବନାର ସୄଷ୍ଟି :
ମୁଁ - "ମାଟି" ।।
