STORYMIRROR

Usharani Sahoo

Others

3  

Usharani Sahoo

Others

ମାତୃଭାଷା

ମାତୃଭାଷା

1 min
121


ମୁଁ ଓଡ଼ିଆ ମୋ ଭାଷା ଓଡ଼ିଆ

ଅତି ସରଳ ଓ ଅତି ମଧୁର

ଭାଷା ମଧ୍ୟରେ ଯେ ଅଟଇ ସାର

ମହାନ ଅଟଇ ନାମଟି ତାର।


ମାଆ କୋଳେ ଯେବେ ଜନମ ହେଲି

କୁଆଁ କୁଆଁ ହୋଇ ରାବ ଛାଡିଲି

ଏ ମାଟି ପବନ ପରଶ ପାଇ

ଧିରେ ଧିରେ ମୁଁ ଚାଲି ଶିଖିଲି।


ଓଡ଼ିଆ ମାଟିର ଓଡ଼ିଆ ଭାଷା

ପୂର୍ଣ୍ଣ କରିଦିଏ ସବୁ ଭରଷା

ସୁ ପ୍ରାଚୀନ ଆଉ ସୁଲଳିତ ସେ

ମହାନ ଅଟେ ମୋ ମାତୃଭାଷା।


ମୁଖରେ କଣ୍ଠରେ ମୋ ମାତୃଭାଷା

ମନର ଭାବନା ପ୍ରକାଶ କଲି

ସଭିଙ୍କ ମନକୁ ହରିବା ପାଇଁ

ମଧୁର ଵଚନେ ଭାଷା କହିଲି।


କେତେ ଯେ କବି ପୁଣି ଗାଳ୍ପିକ

ରଚନା କରିଲେ ଗୀତ ନାଟକ

ଚମ୍ପୁ ଚଉପଦୀ କାବ୍ୟ ମହାକାବ୍ୟ

ବର୍ଣ୍ଣନା କରିଲେ ମହା ନାୟକ।


ପଞ୍ଚସଖା କବି ଲେଖିଲେ ପୁରାଣ

ଦେଇ ଛାନ୍ଦ ଆଉ ଅଳଙ୍କାର ମାନ

ଶାରଳା ଦାସଙ୍କ ମହାଭାରତ

ସମୃଦ୍ଧ ହୋଇଲା ଭାଷାର ପୁଣ।


ମୋ ଭାଷାରେ ଥାଏ କେତେ ମହକ

ସୁଉନ୍ନତ ଆଉ ଲାଗେ ଅମୃତ

ଡାଡି ମମି ଶବ୍ଦ ବିଦେଶୀ ଭାଷା

ଆଦର ନ ଥାଏ ସେହି ଭାଷାତ।


ଅଜ୍ଞାନୀ ବ୍ୟକ୍ତି ଜ୍ଞାନୀ ହୋଇଥାଏ

ଦୂର ହୋଇଥାଏ ଜୀବନନ୍ଧକାର

ଶିକ୍ଷିତ ରୂପେ ପରିଚିତ ହୁଏ

ପ୍ରଶଂସା ପାଏ ସମାଜ ଆଗର।


ସୁଖ ସମୃଦ୍ଧ ବିଦେଶ ଗମନ

ତ୍ୟାଗ କରେ ସେ ଭାଷା ଓ ମମତା

ଦେଶଦ୍ରୋହୀ ଯେ ନିନ୍ଦନୀୟ ବୋଲି

ସଦା ହରିଥାଏ ନିଜ କ୍ଷମତା।


ଉଚ୍ଚ ହେବା ପାଇଁ କର ଯେ ମନ

ଉଚ୍ଚ କର ଆଗେ ଭାଷାକୁ ପୁଣ

ମୋ ଭାଷା ସବୁଠାରୁ ମହାନ

ରଖିବାରେ ଆମେ ତାର ସମ୍ମାନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍