STORYMIRROR

Usharani Sahoo

Others

4  

Usharani Sahoo

Others

ମାତା ସରସ୍ୱତୀ

ମାତା ସରସ୍ୱତୀ

1 min
219


ଜୟ ଜୟ ସରସ୍ଵତୀ ଘେନ ମୋ ଆରତୀ

ଜୟ ଜୟ ପଦ୍ମାସେନୀ ନମୋ ବିଦ୍ୟାଦାତ୍ରୀ।


ଜୟ ଜୟ ବନ୍ଦନୀୟା ହେ ହଂସଵାହିନୀ

ନମୋ ନମୋ ଯୋଗମାୟା ଦେବୀ ବୀଣାପାଣି।


ଶୁଭବସ୍ତ୍ର ପରିହିତା ମା ଜ୍ଞାନର ଭଣ୍ଡାର

କିଛି ଜାଣି ନାହିଁ ମାଗୋ ଅଜ୍ଞାନୀ ମୁଁ ଛାର।


ତୋର ଦୟାଵଳେ ମାଗୋ ମୂର୍ଖ କାଳିଦାସ

ସର୍ବଜ୍ଞ ପଣ୍ଡିତ ହୋଇ ରହିଅଛି ଯଶ।


କେତେ କାଵ୍ୟ ମହାକାବ୍ୟ ରଚନା କରିଲେ

କାଳ କାଳକୁ ମାଆ ଯଶ ରଖିଗଲେ।


ଏତିକି ଲୋ ମାଆ ମୁହିଁ କରୁଛି ମିନତୀ

ସର୍ବଦା ଯେ ତୋହଠାରେ ରହୁ ମୋର ମତି।


ମୋର ହୃଦେ କଣ୍ଠେ ମାଗୋ କରୁଥିବୁ ବିଜେ

ଜ୍ଞାନ ଆଉ ଭକ୍ତିଭାବ ରହିଥାଉ ଚିତ୍ତେ।



Rate this content
Log in