STORYMIRROR

Dr Subas Chandra Rout

Others

2  

Dr Subas Chandra Rout

Others

ମାନସ

ମାନସ

1 min
124

ମୁଖ ନିସୃତଃ କବିତା – ସନ୍ଥ କବୀର ଦାସ

ଅନୁବାଦ – Dr Subas Chandra Rout

ସକଳ ଦୁର୍ମତି ବିଦାୟ କରି, ଭଲ ଜୀବନ ବନାଅ, 

କାକର ଗତି ବଦଳ ଦରି, ହଂସ ଚାଲି ତୁମେ ନିଅ ।   

ଏ ମନ ଥିଲା କାକ ସ୍ୱରୁପ, ଥିଲା ତାର ଧ୍ୱଂସ ନୀତି,

ଏବେ ବଦଳି ହଂସ ସ୍ୱରୁପ, ବାଛି ବାଛି ଖାଏ ମୋତି । 

ତନୁ ବୋଇତ, ମାନସ କାକ, ଲକ୍ଷେ ଯୋଜନ ଉଡ଼ଇ,

କେବେ ଅଗମ୍ୟ ସିନ୍ଧୁ ପରେ ତ, କେବେ ଗଗନେ ମିଳେଇ ।

ତନୁ ପାଗଳା ହାତୀ, ମାନେନି, ହୋଇ ଯାଏ ଇଚ୍ଛା ଦାସ, 

ମାହୁନ୍ତ ବିଚରା ଉପାୟ ହୀନ, ନାହିଁ ହାତରେ ଅଂକୁଶ । 

ମନଠୁ ହାରିଲେ ହୁଅ ପରାସ୍ତ, ମନକୁ ଜିତିଲେ ଜିତ, 

ମନର ହାର, ହାର ହିଁ ହାର, ମନକୁ ଜିତିଲେ ଜୟ,

ପରମାତ୍ମାଙ୍କୁ ପ୍ରାପ୍ତ କରେ ସେ, ଆତ୍ମାରେ ହୁଏ ପ୍ରତୀତ ।

ମନ ବିଜୟୀ ପ୍ରଭୁଙ୍କୁ ପାଏ ରଖିଲେ ମନର ଲୟ ।

ଧିରେ ରେ ମନ ଧୈର୍ଯ୍ୟ ତୁ ରଖ, ଧିରେ ସବୁ କିଛି ହୁଏ,

ମାଳି ଢାଳିଲେ ବି ଶହେ ଗରା, ୠତୁ ହେଲେ ଫଳ ହୁଏ ।

ମନ କଥାରେ ଚାଲନ୍ତୁ ନାହିଁ, ମନ ପକ୍କା ବଦମାସୀ, 

ମଝି ଧାରରେ ବୁଡେ଼ଇ ଦେଇ, ଚାଲି ଯିବ ସେ ତ ଖସି ।

ଦର୍ଶନ ଇଚ୍ଛା କରୁଛ ଯଦି, କର ଦର୍ପଣ ସଫେଇ, 

ଦର୍ପଣେ ଯଦି ଧୂଳି ଲାଗିଛି, ଦର୍ଶନ ପାଇବୁ କାହିଁ? 

ହୃଦ ଭିତର ଆରଶି କିନ୍ତୁ ମୁଖ ଦେଖା ଯାଏ ନାହିଁ,

ଦ୍ୱିଧା ପରଦା ହଟି ଗଲେହିଁ ମୁଖ ଦେଖିବ ଯାଇ ।

 କବୀର ମନ ନିର୍ମଳ ଅତି, ଯେମିତି ଗଙ୍ଗାର ନୀର,

ତାଙ୍କ ପଛରେ ହରି ଚାଲନ୍ତି, ଡ଼ାକି କବୀର କବୀର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍