STORYMIRROR

ସୌମ୍ଯ ରଞ୍ଜନ ମହାପାତ୍ର

Others

4  

ସୌମ୍ଯ ରଞ୍ଜନ ମହାପାତ୍ର

Others

ମାନବର ନାନାବସ୍ଥା

ମାନବର ନାନାବସ୍ଥା

1 min
715

ଦୁନିଆର ସବୁଠାରୁ ସୁନ୍ଦର ଜିନିଷ,

କଅଁଳ ଶିଶୁର ମୁଖୁ ଝରୁଥିବା ହସ।

ମଣିଷ ଜୀବନର ସେଇ ଆଦ୍ୟ ଚମକ,

ଚମକାଇ ଦେଇଥାଏ ପହିଲି ପୁଲକ ।।

ତତ୍ପରେ ନର କରଇ କୈଶୋରେ ପ୍ରବେଶ,

କରୁଥାଏ ପୁଣି କେତେ ଅଦ୍ଭୁତ ପ୍ରୟାସ।

ମନ ମଧ୍ୟରେ ଆସେ ନାନା ଯୌନ ଆବେଗ,

ଗୋଡ଼ ଖସିବାର ଇଏ ସୁବର୍ଣ୍ଣ ସୁଯୋଗ।।

ଧୀରେ ଧୀରେ ଗଡୁଥାଏ ଜୀବନର ଗାଡ଼ି,

ସହେ କେତେ ଝଡ଼ ଝଞ୍ଜା ଅଦିନ କୁହୁଡ଼ି।

ଅସାଧ୍ୟ ସାଧ୍ଯେ ମାନବ ଯୌବନ ଛୁଆଁରେ,

ଜଗତକୁ ଧରିଦିଏ ସ୍ଵହସ୍ତ ମୁଠାରେ।।

ବୟସର ଅପରାହ୍ଣେ ପହଞ୍ଚଇ ନର,

ଶୌର୍ଯ୍ୟ ବୀର୍ଯ୍ୟ ବଳ କ୍ଷୟ ହୁଅଇ ତାହାର।

ଏହିପରି ମନ୍ୟୁଷର ବିଭିନ୍ନ ଅବସ୍ଥା,

ଚାଲିବାକୁ ହୁଏ ତାକୁ ନିଜ ଚଲା ରାସ୍ତା।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍