Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suryamani Majhi

Others

5.0  

Suryamani Majhi

Others

ମାନବ ସେବା

ମାନବ ସେବା

1 min
182


ଶୋଇଣ ଶେଜରେ ନିଘୋଡ଼ ନିଦରେ     

     ଦେଖୁଥିଲା ଆର୍ଯ୍ୟ ସପନ , 

   ଆସିଥିଲେ ଜଣେ ସରଗର ଦୂତ       

      ଆକର୍ଷକ ତାଙ୍କ ବସନ  ୲୧ ୲


ଏକ ହାତେ ଥିଲା ସୁନ୍ଦର ଲେଖନୀ    

   ଅନ୍ୟ ହାତେ ଏକ ତାଲିକା , 

ଆର୍ଯ୍ୟ ପଚାରିଲା କିସ ଲେଖୁଅଛ

   ବୁଝାଇ କୁହ ମୋତେ ଏକା  ୲୨ ୲ 


ଉତ୍ତରଟି ଥିଲା ଆଗନ୍ତୁକଙ୍କର 

  ମାନବଙ୍କ ଚିଠା ଅଟଇ , 

ଈଶ୍ଵରଙ୍କୁ ଭଲ ପାଉଥିବା ନର 

  କ୍ରମରେ ଲିଖିତ କରଇ  ୲୩ ୲


ସପନରେ ଆର୍ଯ୍ୟ ଖୋଜି ଚାଲିଥିଲା 

     ନିଜର ନାମକୁ ସେଠାରେ , 

  ନାମଟି ନ ପାଇ ଅନୁରୋଧ କରେ 

    ମୋ'ନାମ ଲେଖନ୍ତୁ ଶେଷରେ  ୲ ୪୲


ବନ୍ଧନୀରେ ଲେଖ ଈଶ୍ଵରଙ୍କଠାରୁ 

      ମଣିଷକୁ ଭଲ ପାଏ ମୁଁ , 

  ମାନବ ସେବାରେ ଆଗ୍ରହ ଅଧିକ 

    ଦୁଃଖ କଷ୍ଟ ବେଳେ ଥାଏ ମୁଁ  ୲ ୫୲


ତହିଁ ପରଦିନ ସେହି ଦେବଦୂତ 

     ପୁଣି ହୋଇଥିଲେ ପ୍ରକଟ, 

  ନ ଥିଲା ହାତରେ ଲେଖନୀ ତାଙ୍କର 

     କେବଳ ଥିଲା ଚିତ୍ରପଟ୍ଟ ୲ ୬୲


ଆର୍ଯ୍ୟକୁ କହିଲେ ଆସ ତୁ ଦେଖିବୁ 

     ପ୍ରିୟଜନ ଈଶ୍ଵରଙ୍କର , 

  ଚକିତ ହୋଇଲା ଦେଖି ନିଜ ଚିତ୍ର 

     ପ୍ରଥମ ପ୍ରିୟ ସେ ପ୍ରଭୁର  ୲ ୭୲


ଏଭଳି ସପନ ବାସ୍ତବେ ମହାନ 

    ମନେ ମନେ ଭାଳି ହୋଇଲା,  

    ମାନବ ସେବାହିଁ ମହତ କରମ 

     ଏକଥାଟି ସତ୍ୟ ଭାବିଲା  ୲ ୮୲

       


Rate this content
Log in