ମାଗିଖିଆ ପ୍ରକୃତି କର ପ୍ରତ୍ୟାଖ୍ୟାନ
ମାଗିଖିଆ ପ୍ରକୃତି କର ପ୍ରତ୍ୟାଖ୍ୟାନ
ଉଠରେ ଉଠରେ ଉଠରେ କଙ୍କାଳ
ଜାଗରେ ଗରିବ ଦୁର୍ବଳ ଛିଡ଼ାଅ
ପୁଂଜିର ଶୃଙ୍ଖଳରାଜି
ଭାଷା ସାହିତ୍ୟର ବରପୁତ୍ର ଫକୀର
ମୋହନର ଦାୟାଦ ହୋଇ ମୋଫତ
ପାଇବୁ ବୋଲି ଗଲୁ କି ହଜି |୧|
କିପରି ଭୁଲି ଗଲୁ ତୁହି ଆମର ଉତ୍କଳୀୟ
ସଂସ୍କୃତି ଓ ବୀରତ୍ୱର ଇତିହାସର
ସମସ୍ତ କାହାଣୀ
ଦରବୃଦ୍ଧି ଓ ବେକାରୀରେ ଜନ୍ତି ହୋଇ
କରନ୍ତି କ୍ରନ୍ଦନ ତୋର
ଜନନୀ ଭାଇ ଭଉଣୀ |୨|
ମନେ ପଡୁନାହିଁ କି କୋଣାର୍କରେ ଧର୍ମପଦ
ଢ଼େଙ୍କାନାଳରେ ବାର ବରଷର
ବାଜି ରାଉତର କଥା
କାହିଁକି କହ ପଥ ହୁଡ଼ି ହେଉଛୁ ବାଟବଣା
ମନରେ ନାହିଁକି ତୋ ଶ୍ରମ ଶୋଷଣର
ସମସ୍ତ ବ୍ୟଥା |୩|
କିଏ ନଝୁଲୁଛି ଜୀବନ ଦୋଳିରେ କହ
କିଛି ଲୋକ ଉଠନ୍ତି ବହୁତ ଉଚ୍ଚକୁ
ଶୋଷଣ କରି ଧନ ଠୁଳ କରିବାରେ
ହେ ଗରିବ ଦୁର୍ବଳ ପରିଶ୍ରମ କରି କରି
ଥକି ଗଲେ ମଧ୍ୟ ସେତିକି ପଛକୁ ଯାଉଛ
ରହୁଛ ଭୋକ ଶୋଷରେ |୪|
ହେ ଶ୍ରମିକ କୃଷକ କେତେ ଦିନ ଆଉ ଛିଣ୍ଡୁ
ଥିବ ପଡ଼ି ଉଠି ଧାଇଁ ସଦା ଝୁଲୁଥିବ
ପୁଂଜିପତିର ନିର୍ଦ୍ଦେଶେ ମାତ୍ର
ହିସାବ କରିବା ପାଇଁକି ଆଗକୁ ଚାଲିଲେ
ଦୁନିଆର ଶ୍ରମିକ ଯେତେ ହୁଅ ଏକ
ଏହାହିଁ ତୋହର ସଫଳ ମନ୍ତ୍ର |୫|
ଭାବୁଛ ମନରେ ସତେ ଏଇ ଜୀବନ ସତରେ
କଅଣ ଏକ କାଠ କି ବାଉଁଶ ଦଉଡ଼ିର ଦୋଳି
ଆମେ ଖଟିଖିଆ ଏଠି ନିମିତ୍ତ ମାତ୍ର
ଜାଣିଯାଅ ଆଜି ଏହି ଦୋଳି କାହାଣୀର ବିନ୍ଧାଣୀ
ପୁଂଜପତି ଭାବିଛି ଆମେ ତାଙ୍କ ପାଇଁ ମାରୁ
ଥିବା କାତ ଆମର ଜୀବନ ଶେଷ ପର୍ଯ୍ୟନ୍ତ |୬|
ଜାଗରେ ଗରିବ ଦୁର୍ବଳ ଆଉ କେତେଦିନ
ହୋଇବୁ ଦୁର୍ବଳ ଅଣ୍ଟାକୁ ଭାଙ୍ଗିଣ
ପତାଉଥିବୁ ତୋର ସବଳ ହସ୍ତ
ନହୋଇ ଦୁର୍ବଳ ହେ ଯେତେ କଳିଙ୍ଗର ଶ୍ରମିକ
ବୀର ମାଗଣା ପାଇବା ଆଶା
ମାଗିଖିଆ ପ୍ରକୃତିକୁ କର ପ୍ରତ୍ୟାଖ୍ୟାତ |୭|
ଉଠରେ ଉଠରେ ଉଠରେ କଙ୍କାଳ
ଜାଗରେ ଗରିବ ଦୁର୍ବଳ ଛିଡ଼ାଅ
ପୁଂଜିର ଶୃଙ୍ଖଳରାଜି
ପଛଘୁଞ୍ଚା ଦେବାନି ମନରେ ଭୀରୁତା ନରଖି
ଲଢ଼ିବା ଶ୍ରମର ଉପଯୁକ୍ତ ମୂଲ୍ୟ ପାଇଁ
ଅତୀତ ବୀରତ୍ୱକୁ ମନ ଭିତରେ ହେଜି |୮|
ଉଠରେ ଉଠରେ କଙ୍କାଳ ଉଠ ଦୁର୍ବଳ ଆଜି
ଲଢ଼ିବା ଶ୍ରମର ଉପଯୁକ୍ତ ମୂଲ୍ୟ ପାଇଁ
ଆମର ହୃତ ଗଉରବ ଆସୁ ଫେରି
ଜାଗରେ ଜାଗରେ ଖଟିଖିଆ ଯେତେ ଇତିହାସ
ପୃଷ୍ଠାରେ ପାଇବନି ତୁମେରେ କେଉଁ ଜାତି
କରିନି ଉନ୍ନତି ହାତ ପାତି କରି ହାରି ଗୁହାରି |୯|
