ମାଗିବି ନି ହାତ ପାତି
ମାଗିବି ନି ହାତ ପାତି
ମାଗିବିନି ହାତ ପାତି ମୁଁ ଭିକାରୀ ପରି
ଦେଉଥିବୁ ଯାହା ନେଉଥିବି ମୁହିଁ
ଅଝଟ ହେବିନି କେବେ ଅବୋଧ ପରି
କାନ୍ଦିବନି କେବେ ଦୁଃଖେ ଆଖି ଲୁହ ଝାରି
ପାଇଛି ଜନମ ତୋର ପ୍ରସାଦରୁ
କହିବିନି କେବେ ମୁଁ ତ ଗୁହାରି କରି
କରି କରାଉଛ ବୋଲି ଦେଖୁଅଛି ମୁହିଁ
ଜଗତ ଜନରେ ତୁମେ ମହାଜନ
ତୁମ ବିନୁ କାର ଅନ୍ୟ ଗତି ନାହିଁ
ଏ ଦେହ ରଥରେ ପ୍ରଭୁ ତୁମେ ତ ସାରଥି
ତୁମେ ଆମ ପଥ ପଥର ପଥକ
ହେବାକୁ ଆମର ମାଗେ ଅନୁମତି।
ସବୁଠାରେ ତୁମେ ତୁମ ଭରିଛି କରୁଣା
ସବୁଠାରେ ତୁମେ ଥକାଇବି ଅଜଣା
ହାତ ପାତିବିନି ମୁଁ ହେବାକୁ ଶରଣା
ସୁଖ ଦୁଃଖ ସଦା ତୁମ ଦାନ ଦୟା ପରି
ଭ୍ରମିତ ହେବି ମୁଁ ଭ୍ରମରେ ପଡିଲେ
ରହିବି ନାହିଁ ଚାନ୍ଦ ଚକୋରର ପରି
ମାଗିବିନି ହାତ ପାତି ମୁଁ ଭିକାରୀ ପରି
ଦେଉଥିବ ଯାହା ନେଉଥିବି ମୁହିଁ
ଅଝଟ ହେବିନି କେବେ ଅବୋଧ ପରି
ପ୍ରଶାନ୍ତ କୁମାର ହୋତା